ରାଜ୍ୟ

ପ୍ରତିଦିନ ପୁଜାରେ ଜଳାନ୍ତୁ ଏହି ଜିନିଷ, ମାତା ଲକ୍ଷ୍ମି ଟାଣି ହୋଇ ଆସିବେ

ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ପୂଜାରେ କରାଯାଉଥିବା ସମସ୍ତ ପ୍ରକାର ର କର୍ମ, ଧର୍ମ ହେବା ସହିତ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ଅଟେ । ପୂଜାରେ ଆରତୀ କରିବା ସମୟରେ ସବୁଠାରୁ ବଡ ମହତ୍ବପୂର୍ଣ କର୍ମ ଅଟେ ଏବଂ ସେହି ଆରାତିରେ ମଧ୍ୟ କର୍ପୁର ନିଶ୍ଚିନ୍ତ ଭାବେ ଜଳା ଯାଇଥାଏ । କର୍ପୁର ଜଳାଇବାର ପରମ୍ପରା ପୁରାଣ ସମୟରୁ ଚଳି ଆସୁଛି, ଶାସ୍ତ୍ର ଅନୁସାରେ ଦେବୀ ଦେବତାଙ୍କ ସାମ୍ନାରେ କର୍ପୁର ଜଳାଇବା ଦ୍ଵାରା ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଘରେ କର୍ପୁର ଜଳାଇବା ଦ୍ଵାରା କଣ କଣ ସବୁ ଲାଭ ମିଳିଥାଏ ଏବଂ କର୍ପୁର ଜଳାଇ ମାତା ଲକ୍ଷ୍ମୀଙ୍କୁ କିପରି ସନ୍ତୁଷ୍ଟ କରିପାରିବେ ଏବଂ ଏହାର ମୂଳ ମନ୍ତ୍ର କଣ । କର୍ପୁର ଜଳାଇବା ଦ୍ଵାରା ଘରର ବାତାବରଣ ପବିତ୍ର ଓ ସୁଗନ୍ଧିତ ହୋଇଥାଏ ଏହିଭଳି ବାତାବରଣ ରହିଲେ ସମସ୍ତ ଦେବିଦେବତାଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇଥାନ୍ତି ।

ଏହାର ମହକରେ ଆମର ମସ୍ତିସ୍କରେ ବିଚାର ଧାରା ରେ ସାକାରାତ୍ମକତା ଆସିଥାଏ, କର୍ପୁର ଜଳାଇବାର ବୈଜ୍ଞାନିକ ମହତ୍ଵ ମଧ୍ୟ ରହିଛି । କର୍ପୁର ସୁଗନ୍ଧିତ ହୋଇଥାଏ ଏବଂଏହାର ମହକରେ ବାତାବରଣରେ ଥିବା କେତେକ ହାନିକାରକ ସୂକ୍ଷ୍ମ ଜୀବ ମଧ୍ୟ ନଷ୍ଟ ହୋଇଯାଇଥାନ୍ତି ଯଦି ଆପଣ ରାତିରେ ଶୋଇବା ସମୟରେ କର୍ପୁର ଜଳାଇ ଶୋଇବେ ନିଦ ଆସୁ ନଥିବା ବ୍ୟକ୍ତିକୁ ମଧ୍ୟ ନିଦ ଆସିଥାଏ, ଖରାପ ସ୍ଵପ୍ନ ମଧ୍ୟ ଆସି ନଥାଏ ଏବଂ ମନେ ରଖନ୍ତୁ କର୍ପୁର ଜଳାଇବା ସମୟରେ ଏହି ମନ୍ତ୍ର ନିଶ୍ଚିନ୍ତ ଭାବେ ଜପ କରନ୍ତୁ, ମନ୍ତ୍ର ଟି ହେଉଛି…

କର୍ପୁର ଗଉରମ କରୁଣାବତାରାମ

ସଂସାର ସାରମ ଭୁଜଗେନ୍ଦ୍ରହାରମ

ସଦା ବସନ୍ତମ ହ୍ରୀଦୟାରବିନ୍ଦେ,

ଭବମ ଭବାନୀ ସହିତମ ନାମାମି ॥

ଏହି ମନ୍ତ୍ର ଭଗବାନ ଶିବଙ୍କ ଆରାଧନା ପାଇଁ କରାଯାଇଥାଏ ଏହାର ଅର୍ଥ ହେଉଛି କର୍ପୁର ସମାନ ଗୌର ବର୍ଣ୍ଣ ଯିଏ ଅଟନ୍ତି ଓ ଯିଏ କରୁଣାର ସାକ୍ଷାତ ଅବତାର ଅଟନ୍ତି ଆଉ ଯିଏ ସମସ୍ତ ସଂସାର ର ଏକମାତ୍ର ସାରା ଅଟନ୍ତି ଆଉ ଯିଏ ଭୁଜଙ୍ଗ ବା ସାପର ମାଳା ଧାରଣ କରିଥାନ୍ତି ଏବଂ ଯିଏ ମାତା ପାରବତୀଙ୍କ ସହିତ ଭକ୍ତ ମାନଙ୍କ କୋମଳ ହୃଦୟରେ ସର୍ବଦା ନିବାସ କରନ୍ତି ସେହି ମହାଦେବଙ୍କର ଆମେ ବନ୍ଦନା କରୁଛୁ ଏବଂ ତାଙ୍କୁ ପ୍ରଣାମ ମଧ୍ୟ କରୁଛୁ, ତେବେ ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ..

ପ୍ରଥମ ଉପାୟ, ରୋଷେଇଘରେ ସମସ୍ତ କାମ ସାରିବା ପରେ ରୋଷେଇଘରକୁ ଭଲ ଭାବରେ ସଫାସୁତୁରା କରି ସାରିବା ପରେ ଗୋଟେ ପାତ୍ର ରେ କର୍ପୁର ରଖୀ ଜଳାଇଦିଅନ୍ତୁ ଏହା ଦ୍ଵାରା ପିତୃ ଦୋଷର ପ୍ରଭାବ ଦୂରେଇ ଯାଇଥାଏ ଏବଂମାତା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇଥାନ୍ତି । ଦିତୀୟ ଉପାୟ ହେଉଛି ରାହୁ, କେତୁ ଓ ଶନି ଦୋଷରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟାସ୍ତ ପରେ ହନୁମାନଙ୍କ ସାମ୍ନାରେ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ କର୍ପୁର ମଧ୍ୟ ଜଳାନ୍ତୁ ।

ତୁର୍ତ୍ତୀୟ ଉପାୟ ଟି ହେଉଛି ସକାଳ ସନ୍ଧ୍ୟା ରେ କର୍ପୂରକୁ ଘିଅ ରେ ପକାଇ ଠାକୁର ଘର କିମ୍ବା ମନ୍ଦିରରେ ଜଳାନ୍ତୁ ଏହି ଉପାୟ ଦ୍ଵାରା ନାକାରାତ୍ମକ ଶକ୍ତିର ବିନାଶ ହୋଇଥାଏ, ଚତୁର୍ଥ ଉପାୟଟି ହେଉଛି ସକାଳ ସନ୍ଧ୍ୟାରେ ୨ଟି କର୍ପୁର ଗୋଲି ଘିଅରେ ବୁଡାଇ ଘରର ବାଥୃମରେ ରଖିଦିଅନ୍ତୁ ଏହା ଦ୍ଵାରା ସମସ୍ତ ପ୍ରକାର ର ଦୋସ ଦୁର୍ବଳତା ଦୂର ହୋଇଥାଏ ଏବଂ ସେହି ଘର ଉର୍ନତି ଆଡକୁ ମାଡି ଯାଇଥାଏ । ସେହି ଘର ଆଡକୁ ନାକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିପାରି ନଥାଏ, ଏହା ଦ୍ଵାରା ମନୁଷ୍ୟ ସବୁବେଳ ସୁଖରେ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button