ରାଜ୍ୟ

ସାଲିଆ ସାହିରେ ପୁଣି ବୁଲିଲା ବୁଲଡୋଜର: ଦେଶୀ ମଦ ଜବତ

ଭୁବନେଶ୍ୱର: ଗଞ୍ଜାମରେ ମଦ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ପୁଣି ରାଜଧାନୀ ସାଲିଆ ସାହିରେ ବୁଲଡୋଜର ବୁଲିଛି । ଦେଶୀ ମଦ ଆଡ୍ଡାସ୍ଥଳୀ ଭଙ୍ଗା ଯାଇଛି। ନୀଳଚକ୍ର ନଗର ମୁଣ୍ଡା ସାହି ହାଟରେ ଭୁବନେଶ୍ୱର ଅବକାରୀ ଟିମ୍ ଚଢ଼ାଉ କରିଛି ।

ଜେସିବିରେ ଦେଶୀ ମଦର ଆଡ୍ଡାସ୍ଥଳୀ ଭଙ୍ଗା ଯାଉଛି।

ବିପୁଳ ପରିମାଣର ଦେଶୀ ଚାଉଳି ମଦ ଜବତ କରାଯାଇଛି। ଏ ପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି ।

ଚୋରା ଦେଶୀ ମଦ ବେପାର କରୁଥିବା ମାଫିଆର ଘର ଉପରେ ବୁଲଡୋଜର ଚାଲିଛି। ଅବକାରୀ ବିଭାଗ ଓ ଇଡକୋର ମିଳିତ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। କିଛି ଦିନ ତଳେ ଅବକାରୀ ବିଭାଗ ସାଲିଆ ସାହିରୁ ହଜାର ହଜାର ଲିଟର ଦେଶୀ ମଦ,ପୋଚ ଜବତ କରିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button