ଫ୍ୟାଟି ଲିଭର ସମସ୍ଯା ! ସକାଳ ସମୟରେ ଧ୍ୟାନ ଦିଅନ୍ତୁ ଏହି ସବୁ ଲକ୍ଷଣ…

, ଲିଭର ଆମ ଶରୀରର ଏକ ପ୍ରମୁଖ ଅଙ୍ଗ ଅଟେ । କାରଣ ଯଦି ଆମ ଶରୀରକୁ କେଉଁ ଅଙ୍ଗ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ତେବେ ତାହା ହେଉଛି ଲିଭର । କାରଣ ଏହା ଶରୀରର ବର୍ଜ୍ୟ ବସ୍ତୁକୁ ନିଷ୍କାସିତ କରିଦେଇଥାଏ । ଲିଭରରେ ସାଧାରଣତଃ ଫ୍ୟାଟି ଲିଭର ଭଳି ସମସ୍ୟା ଦେଖା ଦେଇଥାଏ । ଯାହାକୁ ଆପଣ ଅଣଦେଖା କରିଦିଅନ୍ତି ଆଉ ପରେ ବଡ ଲିଭର ଜେନିତ ସମସ୍ୟାର ଶିକାର ହୁଅନ୍ତି । ତେବେ ଆପଣ କିଭଳି ଫ୍ୟାଟି ଏସିଡ ହୋଇଥିବାର ଲକ୍ଷଣକୁ ଚିହ୍ନିବେ ଏହା ସମ୍ପର୍କରେ ଆସନ୍ତୁ ଜାଣିବା ।
ଲିଭରରେ ଅଧିକ ଫ୍ୟାଟ ଜମା ହେବା ଦ୍ଵାରା ଫ୍ୟାଟି ଲିଭର ଜନିତ ସମସ୍ୟା ଦେଖା ଦେଇଥାଏ ବା ତାହାକୁ ଫ୍ୟାଟି ଲିଭର କୁହାଯାଏ । ଲିଭରରେ ଅଧିକ ଫ୍ୟାଟ ନିଶା ସେବନ କରିବା ଦ୍ଵାରା ଜମା ହୋଇଥାଏ । ଏହାକୁ କୁହାଯାଏ ଆଲକହଲ ଫ୍ୟାଟି ଲିଭର ଡିଜିଜ । ଯଦି ଆପଣ ନିଶା ସେବନ କରୁନାହାନ୍ତି ଆଉ ଆପଣଙ୍କ ଲିଭରରେ ଫ୍ୟାଟ ଜମି ଯାଉଛି ତେବେ ଏହାକୁ ନନ ଆଲକହଲିକ ଡିଜିଜ ବୋଲି କୁହାଯାଏ । ତେବେ ଫ୍ୟାଟି ଲିଭର ହେବାର ଲକ୍ଷଣ କଣ ହୋଇଥାଏ ଆସନ୍ତୁ ଜାଣିବା ।
ପ୍ରଥମ: ଆପଣ ସକାଳୁ ଶୋଇକି ଉଠିବା ପରେ ବି ଯଦି ଆପଣଙ୍କ ଥକାପଣ ଅନୁବଭବ ହେଉଥାଏ ତେବେ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଉଚିତ । ଆପଣ ଆବଶ୍ୟକ ଥିବା ନିଦ୍ରା ପୁରା କରିବା ପରେ ମଧ୍ୟ ଯଦି ଆପଣଙ୍କୁ ପ୍ରତ୍ୟକ ଦିନ ଏଭଳି ଥକାପଣ ଅନୁଭବ ହେଉଥାଏ ତେବେ ଏହା ଫ୍ୟାଟି ଲିଭର ହେବାର ଲକ୍ଷଣ ଅଟେ ।
ଦିତୀୟ: ଆପଣଙ୍କ ବାମ ପଟର ଉପର ପେଟରେ କଷ୍ଟ ଅନୁଭୂତ ହେବା ସହ ଯଦି ଆପଣଙ୍କ ପେଟ ଆବଶ୍ୟକତା ଠାରୁ ଅଧିକ ବଡ ହୋଇଯାଇଥାଏ ତେବେ ଏହା ଫ୍ୟାଟି ଲିଭରର ଲକ୍ଷଣ ହୋଇଥାଏ । ଯଦି ଆପଣ ଏହି ଲକ୍ଷଣକୁ ଧ୍ୟାନ ନ ଦେଇଥାନ୍ତି ତେବେ ଏହା ବଢିବାକୁ ଲାଗିଥାଏ ଯାହାଦ୍ୱାରା ଆଗକୁ ଯାଇ ଆପଣଙ୍କ ଆଖିଆ ହଲକା ହଳଦିଆ ଦେଖାଯାଏ । ଆଉ ଏହାକୁ କୁହାଯାଏ ଜଣ୍ଡିସ ।
ତୃତୀୟ: ଯଦି ଆପଣଙ୍କ ଲିଭର ନ ଆଲକହଲିକ ଡିଜିଜରେ ପୀଡିତ ଅଛନ୍ତି ଆଉ ଆପଣ ଏଥିପ୍ରତି ଧ୍ୟାନ ନ ଦେଇ ଏହାଉପରେ ନିଶା ସେବନ କରିବା ଆରମ୍ଭ କରିଦେଉଛନ୍ତି ତେବେ ଆପଣଙ୍କ ଲିଭର ସମ୍ପୂର୍ଣ ଖରାପ ହେବ ବୋଲି ଜାଣି ନିଅନ୍ତୁ । ତାହା ଆପଣଙ୍କ ଲିଭରକୁ ଆହୁରି ଅତ୍ୟଧିକ ଖରାପ କରିଦେଇଥାଏ ।
ଚତୁର୍ଥ: ଯଦି ଆପଣଙ୍କୁ ଡାଇବେଟିସ ହୋଇଥିବା ଏବଂ ଆପଣଙ୍କ ଓବିସିଟି ଅଧିକ ଥିବା ତେବେ ଏହି କ୍ଷେତ୍ରରେ ଫ୍ୟାଟି ଲିଭର ଜନିତ ସମସ୍ୟା ରହିଥିଲେ ତାହା ଆହୁରି ଅଧିକ ବଢିବାକୁ ଲାଗିଥାଏ ।




