ଦେଶ- ବିଦେଶ

ଭଗବାନ ବ୍ରହ୍ମାଙ୍କୁ କାହିଁକି ପୂଜା କରାଯାଏ ନାହିଁ ? କ’ଣ ରହିଛି ଏହା ପଛର ବଡ କାରଣ…?

ବନ୍ଧୁଗଣ ଏହା ସମସ୍ତେ ଜାଣନ୍ତି ଯେ ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ, କିନ୍ତୁ କ’ଣ ପାଇଁ ଭଗବାନ ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ ତାହା ହୁଏତ ଅନେକ ଲୋକ କହି ପାରିବେ ନାହିଁ । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ବ୍ରହ୍ମା ଭଗବାନ ଏହି ସୃଷ୍ଟି ରଚନା କରିଛନ୍ତି ଓ ବିଷ୍ଣୁ ଠାକୁର ଏହାର ପାଳନକର୍ତ୍ତା ଅଟନ୍ତି ଏବଂ ଭଗବାନ ଶିବ ଏହି ସଂସାରର ସଂହାରକ ଅଟନ୍ତି । କିନ୍ତୁ ଏହି ତିନୋଟି ଠାକୁରଙ୍କ ମଧ୍ୟରୁ କେବଳ ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ ଏହା ଶୁଣିବାରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ।

 

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ ଯେ ପୁରା ଦୁନିଆରେ ବ୍ରହ୍ମାଙ୍କ ଗୋଟେ ମାତ୍ର ମନ୍ଦିର ଅଛି ଯାହା ପୁଷ୍କରରେ ଅଛି । ଶାସ୍ତ୍ର ଅନୁଯାଇ ଭଗବାନ ବ୍ରହ୍ମା ପ୍ରାଣୀର ମଙ୍ଗଳ ପାଇଁ ଗୋଟେ ଯଜ୍ଞ କରିବା ପାଇଁ ଭାବିଲେ ଓ ଏମିତିରେ ଦୁନିଆରେ କେଉଁଠି ଯଜ୍ଞ କରାଯିବ ବୋଲି ନିଶ୍ଚିତ କରିବା ପାଇଁ ବ୍ରହ୍ମା ନିଜ ହାତ କମଳକୁ ପୃଥିବୀ ଉପରେ ପଠାଇଲେ ଓ ପୁରା ସଂସାର ବୁଲିବା ପରେ କମଳ ପୁଷ୍କର ଆସିଲେ କିନ୍ତୁ ସେଠି ଜଳ ନଥିଲା ସେଥିପାଇଁ ଗୋଟେ ପୋଖରୀ ନିର୍ମାଣ କରାଗଲା ଯେଉଁଠି କମଳ ରହିଲେ ।

ଏହା ପରେ ଭଗବାନ ବ୍ରହ୍ମା ପୃଥିବୀରେ ଯଜ୍ଞ ପାଇଁ ଆସିଲେ କିନ୍ତୁ ତାଙ୍କ ସ୍ତ୍ରୀ ସାବିତ୍ରୀ ଯଜ୍ଞକୁ ଆସିବାରେ ବିଳମ୍ବ କରୁଥିଲେ । ଯଜ୍ଞ ପାଇଁ ମୂହୁର୍ତ୍ତ ଗଡି ଯାଉଥିଲା ସେଥିପାଇଁ ବ୍ରହ୍ମା ଭଗବାନ ଆଉ ଡେରି ନକରି ସେହି ଜାଗାରେ ଗାଈ ଚରାଉଥିବା ଝିଅ ସହ ବିବାହ କଲେ ଓ ପୂଜାରେ ସେହି ଝିଅ ବ୍ରହ୍ମା ଠାକୁରଙ୍କ ସହ ଯଜ୍ଞରେ ବସିଲା ।

 

ଯେତେବେଳେ ମାଁ ସାବିତ୍ରୀ ଯଜ୍ଞ ଜାଗାରେ ଆସି ପହଞ୍ଚିଲେ ସେ ନିଜ ସ୍ଥାନରେ ଅନ୍ୟ ସ୍ତ୍ରୀକୁ ଦେଖି ରାଗିଗଲେ ଓ ବ୍ରହ୍ମା ଠାକୁରଙ୍କୁ ଶ୍ରାପ ଦେଇ ମାଁ କହିଲେ ଆଜି ପରେ ପୃଥିବୀରେ ଆପଣଙ୍କୁ କେହି ପୂଜା କରିବେ ନାହିଁ ଏବଂ ମଣିଷ ଆପଣଙ୍କୁ କେବେ ମନେ ପକେଇବ ନାହିଁ ।

ରାଗରେ ମାଁ ଶ୍ରାପ ଦେଇଦେଲେ କିନ୍ତୁ ରାଗ ଶାନ୍ତ ହେଲା ପରେ ତାଙ୍କୁ ଅନୁଭବ ହେଲା ଯେ ତାଙ୍କୁ ଏମିତି କରିବା ଉଚିତ ନଥିଲା ଓ ଏହା ପରେ ମାଁ କହିଲେ ବ୍ରହ୍ମାଙ୍କ ପୂଜା କେବଳ ପୁଷ୍କର ରେ ହେବ ଏହା ଛଡା ଯଦି ଦୁନିଆର କୌଣସି କଣରେ ବ୍ରହ୍ମାଙ୍କ ପୂଜା ହେବ । ତେବେ ସେହି ଜାଗା ଓ ଲୋକଙ୍କ ସର୍ବନାଶ ହୋଇଯିବ । ସେଥିପାଇଁ ବ୍ରହ୍ମାଙ୍କ ମନ୍ଦିର ପୁରା ଦୁନିଆରେ ଗୋଟେ ଅଛି ଏବଂ ତାହା ପୁଷ୍କରରେ ହିଁ ଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button