ଦେଶ- ବିଦେଶ

ନେପାଳ : ୪୦ ଯାତ୍ରୀଙ୍କ ସହ ନଦୀକୁ ଖସିଲା ବସ୍‌, ଅନେକ ମୃତାହତ ଆଶଙ୍କା

ନେପାଳର ତାନାହୁଁରେ ଅବୁଖେରୀନୀ ଅଞ୍ଚଳରେ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡିଛି । ବସରେ ୪୦ ଜଣ ଭାରତୀୟ ଯାତ୍ରୀ ରହିଥିଲେ । ବସଟି ପୋଖରାରୁ କାଠମାଣ୍ଡୁ ଯାଉଥିଲା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସରେ ଉତ୍ତରପ୍ରଦେଶ ନମ୍ବର ଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ୧୪ଟି ମୃତଦେହ ଉଦ୍ଧାର କରାଯାଇଛି । ୧୬ରୁ ଅଧିକ ଯାତ୍ରୀ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଦୁର୍ଘଟଣାର ଶିକାର ହୋଇଥିବା ବସଟି ପୋଖରାରୁ କାଠମାଣ୍ଡୁ ଯାଉଥିଲା । ବସଟି ନଦୀକୁ ଖସିପଡିଥିବାରୁ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ ନଦୀରେ ଖସିବା କାରଣ ଏପର୍ଯ୍ୟନ୍ତ ଜଣାପଡିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button