ଦେଶ- ବିଦେଶ

ଏଠି ବିନା ଦୋକାନୀରେ ଚାଲିଥାଏ ଦୋକାନ, ଗ୍ରାହକ ନେଇଥାନ୍ତି ଏମିତି ଜିନିଷ

ହିବାକୁ ଗଲେ ଆପଣ ଯେତେବେଳ ଘରୁ ବାହାରକୁ କୌଣସି ଜିନିଷ ଆଣିବାକୁ ଯାଆନ୍ତି ତେବେ ଆପଣ କୌଣସି ବି ଦୋକାନକୁ ଯାଇଥାନ୍ତି, ସେଠି ଆପଣ ଦୋକାନୀକୁ ଟଙ୍କା ଦିଅନ୍ତି ଓ ଦୋକାନୀ ଆପଣଙ୍କୁ ଜିନିଷ ଦେଇଥାଏ । କିନ୍ତୁ ଆମେ ଆପଣଙ୍କୁ ଆଜି ଏକ ଏମିତି ସ୍ଥାନ ବିଷୟରେ କହିବୁ ଯାହାକି ଭାରତରେ ହିଁ ଅବସ୍ଥିତ, ଯେଉଁଠି ବିନା ଦୋକାନୀରେ ଦୋକାନ ଚାଲି ଥାଏ ଓ ଜିନିଷ ସବୁ ବିକ୍ରି ବି ହୋଇଯାଏ ଓ ଟଙ୍କା ବି ମିଳିଯାଏ ।

 

କହିବାକୁ ଗଲେ ସେହି ଦୋକାନରୁ ଜିନିଷ କ୍ରୟ କରୁଥିବା ଗ୍ରାହକ ସେହି ଦୋକାନରୁ ନିଜ ମନ ପସନ୍ଦର ଜିନିଷ ନେଇ ଥାଏ ଓ ତାହାର ମୂଲ୍ୟ ସେହି ଦୋକାନରେ ଥିବା ଏକ ପାତ୍ରରେ ରଖିଦିଏ । କହିବାକୁ ଗଲେ ମିଜୋରାମରେ ଏକ ସ୍ଥାନରେ ଏହିଭଳି ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ, କିନ୍ତୁ ଏହା ସତ ଅଟେ । ମିଜୋରାମର ରାଜଧାନୀ ଆଇଜୋଲରୁ କିଛି ଦୂରରେ ସ୍ଥିତ ସେଲିଂଗ ସହରରେ ସ୍ଥାନୀୟ ସମୁଦାୟ ଏହିଭଳି ଅଦ୍ଭୁତ ଓ ଭିନ୍ନ ପରମ୍ପରାର ପାଳନ କରିଥାନ୍ତି । ଯେଉଁଥିରେ ବିନା ଦୋକାନୀରେ ଦୋକାନ ଚାଲିଥାଏ ।

 

କହିବାକୁ ଗଲେ ‘ମାଇ ହାଉସ ଇଣ୍ଡିଆ’ ନାମକ ଟ୍ୱିଟର ହ୍ୟାଣ୍ଡଲରେ ଏହି ସ୍ଥାନରେ ଚାଲୁଥିବା ଏହିଭଳି କିଛି ଦୋକାନର ଫଟୋକୁ ପୋସ୍ଟ କରା ଯାଇ ଥିଲା । ଯେଉଁଥିରେ ଲେଖା ହୋଇ ଥିଲା କି ଏଠି ଦୋକାନୀ ନିଜ ନିଜର ଦୋକାନ ଖୋଲିଥାନ୍ତି ଓ ସେଠି ଟଙ୍କା ରଖିବା ପାଇଁ ଏକ ଡବା ରଖି ଦିଅନ୍ତି । ଏହା ପରେ ଗ୍ରାହକ ଜିନିଷ ନେଇ ଜିନିଷର ମୂଲ୍ୟ ସେହି ଡବାରେ ରଖି ଦେଇ ଚାଲି ଯାଆନ୍ତି । କହିବାକୁ ଗଲେ ଏହି ସବୁ ଦୋକାନ ବିଶ୍ଵାସର ସିଦ୍ଧାନ୍ତରେ ଚାଲିଥାଏ ।

 

ଏହାକୁ ‘ନଗହା ଲୋ ଡାବର ସଂସ୍କୃତି’ କୁହଯାଏ । ଏହି ପରମ୍ପରା ଅନୁସାରେ ଦୋକାନୀର ଉପସ୍ଥିତିରେ ଦୋକାନ ଖୋଲାଯାଏ । ପ୍ରାୟତଃ ଏହି ପରମ୍ପରାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଯାହାକି ବହୁତ ଭାଇରାଲ ବି ହୋଇଥାଏ । କହିବାକୁ ଗଲେ ଏହି ଟ୍ୱୀଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଏହାକୁ ପସନ୍ଦ ବି କରୁଛନ୍ତି ଓ ନିଜର ରାୟ ବି ଦେଉଛନ୍ତି । ଜଣେ ୟୁଜର ଲେଖିଲେ କି ଭାରତକୁ ବିଭିନ୍ନତାରେ ଏକତାର ଦେଶ ବୋଧେ ଏହି କାରଣରୁ କୁହାଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button