ରାଜ୍ୟ

ସିମ୍ ବକ୍ସ ମାମଲା: ପୁଣି ୨ ଦିନିଆ ରିମାଣ୍ଡରେ ଗଲା ରାଜୁ ମଣ୍ଡଳ

ଭୁବନେଶ୍ୱର : ପୁଣି ରିମାଣ୍ଡରେ ଗଲା ରାଜୁ ମଣ୍ଡଳ । ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ। ପୁଣି ପଚରାଉଚରା ପରେ ନୂଆ ତଥ୍ୟ ଦେଇପାରେ ରାଜୁ । ଆଜି ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ରିମାଣ୍ଡ । ରିମାଣ୍ଡ ଅବଧି ବେଳେ ମୁଖ୍ୟ ଅଭିଯୁକ୍ତ ଅସାଦୁର ଜମାନ ନେଇ ଅଧିକ ପଚରାଉଚରା ହେବ ।

ଢାକାରେ ରହି ଆସାଦୁର କିଭଳି ଭୁବନେଶ୍ୱର, କଟକ ଓ ରାଞ୍ଚିରେ ନିଜର ସିଣ୍ଡିକେଟ ଚଳାଇଥିଲା ? କିଏ ତା ପାଇଁ ପଇସା ଖର୍ଚ୍ଚ କରୁଥିଲା ? ଆର୍ଥିକ କାରବାର ପଛରେ ଆଉ କାହାର ହାତ ଅଛି କି ? ସିମବକ୍ସ ଜରିଆରେ ପାକିସ୍ତାନ ଓ ଚାଇନାର କାହା ପାଖକୁ ଯାଉଥିଲା କଲ ? କଣ ଏହି ସ୍ମାର୍ଟ ସୁଇଚ ? ସିମ ବକ୍ସ ରୁ ଯାଉଥିଲା କି ବିଦେଶରେ ରହୁଥିବା ଅଣ୍ଡରୱାର୍ଲଡ଼ ଡନ ଙ୍କୁ କଲ ? ଏ ସବୁ କଥା ଜାଣିବା ପାଇଁ ରାଜୁକୁ ଅଧିକ ପଚରାଉଚରା କରାଯିବ ।

ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ତଦନ୍ତ ବେଳେ ଭୁବନେଶ୍ୱର, କଟକ ଓ ରାଞ୍ଚିରୁ ମିଳିଛି ତିନି ସେଟ୍ ଅପ୍ ବାକ୍ସ । ୧୭ସିମ୍ ବକ୍ସ ଏକ ହଜାରରୁ ଅଧିକ ସିମ କାର୍ଡ, ଏକାଧିକ ମୋଡେମ୍, ରାଉଟର । ଇଣ୍ଟର ନ୍ୟାସନାଲ କଲକୁ ଡ଼ାଇଭର୍ଟ କରି ଅନେକ ଦେଶ ବିରୋଧୀ କାମ ହେଉଥିଲା । ରାଜୁକୁ ରିମାଣ୍ଡରେ ଆଣି ପୁଣି ପାଇଥିବା ଲିଡ୍ ସ୍ଥାନକୁ ଯାଇ ପ୍ରମାଣ ଖୋଜିବ କମିଶନରେଟ ପୋଲିସ । ମାଷ୍ଟର ମାଇଣ୍ଡ ଅସାଦୁର ଜମାନ ବାଂଲାଦେଶୀ ହୋଇଥିବା ବେଳେ କଟକ, ଭୁବନେଶ୍ୱର ଓ ରାଞ୍ଚିରେ ଲଗାଇଥିଲା ସିମ୍ ବକ୍ସ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button