ରାଜ୍ୟ

ମଳୟ ସ୍ପର୍ଶରେ ମହକି ଉଠୁଛି ପ୍ରକୃତିରାଣୀ ; ମୃଦୁ ମଳୟ ମନକୁ କରୁଛି ପ୍ରଫୁଲ୍ଲିତ

କୋରାପୁଟ: ବର୍ତ୍ତମାନ ବସନ୍ତରୁତୁ ଆରମ୍ଭ ହେବାରେ ଲାଗିଲାଣି ।ବିଭିନ୍ନ ପ୍ରକାର ଫୁଲ ଓ ଫଳ ହେବାରେ ଲାଗିଲାଣି ।ସକାଳୁ ସକାଳୁ ଭ୍ରମଣ ସମୟରେ ପଥଚାରିଙ୍କ ଶରୀରକୁ ମୃଦୁ ମଳୟ ଛୁଇଁବାରୁ ମନ ପ୍ରଫୁଲ୍ଲିତ ହେବାରେ ଲାଗିଛି ।କୋଇଲିର କୁହୁକୁହୁ ମଧୂର ସୁର ଶୁଣିବା ସହିତ ପ୍ରକୃତିରାଣୀ ଦେଇଥିବା ଉପହାର ମନଭରି ଆନନ୍ଦ ନେବାରେ ଭାରି ମଜା ଲାଗୁଛି ।ତା ସାଙ୍ଗକୁ ଅଞ୍ଚଳରେ ଥିବା ବିଭିନ୍ନ ନଦୀତୋଟା ଓ ରାସ୍ତାକଡରେ ଥିବା ତୋଟାରେ ଆମ୍ବ ଗଛରେ ପେନ୍ଥାପେନ୍ଥା ବଉଳ ଫୁଟି ବଉଳର ସୁଗନ୍ଧିତ ବାସ୍ନାରେ ପ୍ରକୃତ୍ତିରାଣୀ ମହକି ଉଠୁଛି ।

ପ୍ରକୃତିରାଣୀ କୋରାପୁଟ ଜିଲ୍ଲାକୁ ଦ୍ବିତୀୟ କାଶ୍ମିର ସହିତ ଯୋଡି ଦେଇଛି ।ତେଣୁ କୋରାପୁଟ କୁ ପ୍ରକୃତିରାଣୀର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ ।ଏହା ଆମ୍ବ ବଉଳରେ ଭରିହୋଇ ଯାଇଥିବାରୁ ଦେଖଣାହାରୀଙ୍କ ମନମୋହୁଛି ।କିନ୍ତୁ ଚଳିତ ବର୍ଷରେ ଜଳବାୟୁର ପରିବର୍ତ୍ତନ ଯୋଗୁଁ ଆମ୍ବଗଛ ମାନଙ୍କରେ ବଉଳ ଆସିବାର ବିଳମ୍ବରେ ଦେଖାଦେଇଥିଲା ।ରାସ୍ତା ମାନଙ୍କର ନବୀକରଣ ଯୋଗୁଁ ଦୁଇ ପଟରେ ଥିବା ଶତାଧିକ ବର୍ଷର ଆମ୍ବଗଛ ମାନଙ୍କୁ କାଟି ଦେଉଥିବା ଯୋଗୁଁ ପ୍ରକୃତି ପ୍ରେମୀଙ୍କୁ କଷ୍ଟ ଲାଗୁଛି ।ପୂର୍ବେ ରାସ୍ତାର ଦୁଇ କଡରେ ଶତାଧିକ ବର୍ଷର ଆମ୍ବଗଛ ଛିଡାହୋଇ ତାର ବଉଳର ଫୁଲଫୁଟାଇ ଯାତାୟାତକାରୀଙ୍କୁ ବଉଳର ସୁଗନ୍ଧିତ ବାସ୍ନା ଦେଇ ଶୀତଳର ଛାଇଦେଇ ଆସୁଥିଲା ।ହେଲେ ରାସ୍ତାର ନବୀକରଣ ଯୋଗୁଁ ଗଛ ମାନଙ୍କୁ କାଟି ଦେଉଥିବା ଯୋଗୁଁ ତାହା ଏବେ ଦେଖିବାକୁ ମିଳୁନାହିଁ ।ଏହାକୁ ନେଇ ବିଭିନ୍ନ ପ୍ରକାର ଗାୟକ ,ଲେଖକ ଓ କବି ମାନଙ୍କୁ କଷ୍ଟ ହେବାରେ ଲାଗିଛି ।

କିଛି ଦିନପରେ ହିନ୍ଦୁ ମାନଙ୍କର ବଡପର୍ବ ଚୈତ୍ରପର୍ବ ଓ ବିଷୁବସଂକ୍ରାନ୍ତି ଆସୁଛି ।ଏହି ପର୍ବ ମାନଙ୍କରେ ହିନ୍ଦୁମାନେ ତାଙ୍କର ଦେବାଦେବୀଙ୍କୁ ଏହି ଆମ୍ବ ଫଳରେ ପୂଜା କରିବାର ପରମ୍ପରା ରହି ଆସିଛି ।ଆମ୍ବ ବଉଳ ଆସିବାରେ ବିଳମ୍ବ ଯୋଗୁଁ ଆଗକୁ ଆସୁଥିବା ପର୍ବ ପର୍ବାଣୀରେ ଆମ୍ବକୁ ନେଇ ପୂଜା କରାଯାଉଥିବା ସମସ୍ୟା ଦେଖାଯାଇପାରେ ବୋଲି ଆଶଙ୍କା କରାଯାଉଛି ।କୋରାପୁଟ ରେ ଥିବା ଆମ୍ବଗଛ ମାନଙ୍କରେ ବିଳମ୍ବରେ ବଉଳ ଆସିଥିବା ଦେଖାଯାଇଛି ।ଶତାଧିକ ଗଛ ମାନଙ୍କରୁ ଅଧିକରୁ ଅଧିକ ଗଛ ମାନଙ୍କରେ ବଉଳ ଫୁଟି ନଥିବା ଦେଖାଦେଇଛି ।ଚଳିତ ବର୍ଷର ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏପରି ହୋଇଛି ବୋଲି ଅନୁମାନ କରାଯାଉଛି ।ବିଷେଶଜ୍ଞଙ୍କ ମତରେ ପ୍ରତି ହଜାରେ ବଉଳ ଫୁଲରୁ ୪/୫ ଆମ୍ବକଷି ହୁଏ ।ପ୍ରତି ଏକଶହ ଆମ୍ବ କଷିରୁ ୪/୫ଟି ଆମ୍ବ ବଞ୍ଚିରହେ ।ସେ ଯାହା ହେଉନା କାହିଁକି ଆମ୍ଭେମାନେ ପରିବେଶକୁ ସୁରକ୍ଷା ଦେବା ସହିତ ଶତାଧିକରୁ ଅଧିକ ଆମ୍ବଗଛ ଲଗାଇ କୋରାପୁଟ କୁ ପ୍ରକୃତିରାଣୀର ଗନ୍ତାଘର ବା ଦ୍ବିତୀୟ କାଶ୍ମିର ଆଖ୍ୟା ଅର୍ଜନ ପାଇଁ ଶପଥ ନେବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button