ରାଜ୍ୟ

ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ପ୍ରତୀକାତ୍ମକ ଗହ୍ମା ପର୍ବ ପାଳିତ, ପାଟରା ଜାତିର ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ୟୁନିଟ୍ ୩ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ପ୍ରତୀକାତ୍ମକ ଗହ୍ମା ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ମାନଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ଲୋକ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ର ଧର୍ମ ସର୍ବୋପରି ବୋଲି ମନ୍ତ୍ରୀ କହିଥିଲେ । ଏହା ସହ ରାଷ୍ଟ୍ର ପାଇଁ ଆମେ ଓ ଆମ ପାଇଁ ଜାତି ରହିଛି ବୋଲି ସେ କହିଥିଲେ । ପାଟରା ଜାତିର ବିକାଶ ପାଇଁ ଭୁବନେଶ୍ବରରେ ଏକ ଜାଗା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ଏକ ଜାତି ଏକ ମନ ହୋଇ ରହି ଦେଶର ବିକାଶ ରଥରେ ଭାଗ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ପୃଷ୍ଟି, ରୁଦ୍ର ପୃଷ୍ଟି ପ୍ରମୁଖ ଯୋଗ ଦେଇ ଜାତିର କିପରି ଉନ୍ନତି ହେବ ସେ ଉପରେ ଆଲୋଚନା କରିଥିଲେ । ପାଟରା ମାନଙ୍କର ଏକ ପ୍ରମୁଖ ପର୍ବ ଭାବେ ଗହ୍ମା ପର୍ବ ପାଳନ କରାଯାଏ । ଶ୍ରୀ ବଳଦେବ ହେଉଛନ୍ତି ପାଟରା ମାନଙ୍କର କୁଳ ଦେବତା । ରାକ୍ଷୀ ପୂର୍ଣ୍ଣିମାଠାରୁ ଆରମ୍ଭ କରି ୫ ଦିନ ପର୍ଯ୍ୟନ୍ତ ବଡ଼ ଠାକୁର ବଳଦେବଙ୍କ ଜନ୍ମୋତ୍ସବ ପାଟରା ଘରେ ଘରେ ପାଳନ କରାଯାଏ ।

ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ଦିନକୁ ଧୂମ ଧାମ ରେ ପାଳନ କରିବା ସହ ଯେହେତୁ ଏ ରାଜ୍ୟ ଭାଇଚାରାର ପରମ୍ପରାରେ ବଢି ଆସିଛି, ଏଠାକାର ଲୋକେ ଚାଷ ଉପରେ ନିର୍ଭର କରନ୍ତି, ଚାଷ ଓଡ଼ିଆ ଲୋକଙ୍କ ଜୀବନ ଜୀବିକାର ଆଧାର । ଚାଷ ସହ ପ୍ରଭୁ ବଳଭଦ୍ରଙ୍କ ସମ୍ପର୍କ ବେଶ ନିବିଡ଼ । ତେଣୁ ଓଡ଼ିଆ ଲୋକେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ବା ଗହ୍ମା ପୂର୍ଣ୍ଣିମା ରୂପେ ପାଳନ କରନ୍ତି । ପାଟରା ସମିତିର ଇଷ୍ଟ ଦେବତା ହେଉଛନ୍ତି ପ୍ରଭୁ ବଳଭଦ୍ର । ତେଣୁ ସେହି ହିସାବରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିରେ ୫ ଦିନ ମଧ୍ୟରେ ଏକ ପୂଜାର ଆୟୋଜନ କରାଯାଏ ବୋଲି କହିଥିଲେ ସମିତିର ସାଧାରଣ ସମ୍ପାଦକ । ସମିତି ସଂଯୋଜକ ଦେବେନ୍ଦ୍ର ପୃଷ୍ଟି କହିଥିଲେ ଏହି କାର୍ଯ୍ୟକ୍ରମରେ ଆମ ଠାକୁରଙ୍କ ପରମ୍ପରା ଓଡ଼ିଆ ଜାତି, ଭାଷା , ବିଚାରକୁ ସୁଦୃଢ଼ କରିବା ପାଇଁ ମଧ୍ୟ ପ୍ରୟାସ କରିଛୁ । ଆଗକୁ କିପରି ପରବର୍ତ୍ତୀ ପିଢ଼ି ଭିତରେ ଏହି ପର୍ବ ପାଳନ ନେଇ ଉତ୍ସାହ ବଜାୟ ରହିବ ସେ ଉପରେ ମଧ୍ୟ ପାଟରା ମୁରବୀମାନେ ମତ ରଖିଥିଲେ । ପରିଶେଷରେ ଧନ୍ୟବାଦ୍ ଜ୍ଞାପନ କରିବା ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button