ଦେଶ- ବିଦେଶ

ହୋଇଯାଆନ୍ତୁ ସାବଧାନ ! ଜ୍ୱର, ଉଚ୍ଚ ରକ୍ତଚାପ ସମେତ ୧୫୬ କକ୍‌ଟେଲ ଔଷଧକୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ୧୫୬ ଫିକ୍ସଡ ଡୋଜ୍ କମ୍ବିନେସନ (FDC) ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିରେ ରହିଛି ଆଣ୍ଟିବାୟୋଟିକ୍, ଯନ୍ତ୍ରଣା ଉପଶମ ଏବଂ ମଲ୍ଟିଭିଟାମିନ୍‌ ଔଷଧ । ଯାଞ୍ଚରୁ ଜଣାପଡ଼ିଛି ଯେ ଏହି ଔଷଧଗୁଡ଼ିକ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଔଷଧଗୁଡ଼ିକର ଉତ୍ପାଦନ, ବିକ୍ରି ଏବଂ ବିତରଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଦେଇଛି ।

ବ୍ୟାନ୍‌ ଔଷଧ ମଧ୍ୟରେ ଆଣ୍ଟିବାୟୋଟିକ୍, ଆଣ୍ଟି-ଆଲର୍ଜି, ଯନ୍ତ୍ରଣା ଉପଶମ, ମଲ୍ଟିଭିଟାମିନ୍‌ ଏବଂ ଜ୍ୱର ଓ ଉଚ୍ଚ ରକ୍ତଚାପ ଔଷଧ ଅନ୍ତର୍ଭୁକ୍ତ । ଡ୍ରଗ୍ ବୈଷୟିକ ପରାମର୍ଶଦାତା ବୋର୍ଡ (DTAB) ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିର ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

FDCରେ ଦିଆଯାଇଥିବା କେମିକାଲ୍‌ର କୌଣସି ମେଡିକାଲ ଯଥାର୍ଥତା ନାହିଁ ବୋଲି କେନ୍ଦ୍ର କମିଟି ଏବଂ DTAB ପରାମର୍ଶ ଦେଇଛି । ମେଫେନାମିକ୍ ଏସିଡ୍ ମଧ୍ୟ ପ୍ରମୁଖ FDC ଔଷଧ ତାଲିକାରେ ରହିଛି । ଅନ୍ୟାନ୍ୟ FDCରେ ଉର୍ସୋଡିଅକ୍ସିକୋଲିକ୍‌ ଏସିଡ୍‌ ଏବଂ ମେଟଫୋର୍ମିନ୍‌ ଏଚ୍‌ସିଏଲ୍‌ର ମିଶ୍ରଣ ଅନ୍ତର୍ଭୁକ୍ତ । ମଧୁମେହରେ ପୀଡିତ ବ୍ୟକ୍ତିଙ୍କଠାରେ ଫ୍ୟାଟି ଲିଭରର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ ।

ଦୁଇ କିମ୍ବା ଅଧିକ ଔଷଧକୁ ଏକ ସ୍ଥିର ଫାର୍ମାସ୍ୟୁଟିକାଲ୍ ଅନୁପାତରେ ମିଶ୍ରଣ କରି FDC ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହାକୁ କକ୍‌ଟେଲ ଔଷଧ ମଧ୍ୟ କୁହାଯାଏ । ଯନ୍ତ୍ରଣାରୁ ଉପଶମ ଦେଉଥିବା ପ୍ରସିଦ୍ଧ ଔଷଧ ‘ଏସିକ୍ଲୋଫେନାକ୍‌ ୫୦ ମିଲିଗ୍ରାମ + ପାରାସିଟାମଲ୍ ୧୨୫ ମିଲିଗ୍ରାମ ଟାବଲେଟ୍’ ଉପରେ ମଧ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button