ରାଜ୍ୟ

ଚଟାଣରେ ବସି ପଖାଳ ଖାଇଲେ, ପୁରୁଣା ସ୍ମୃତିକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ – Kalinga News

[ad_1]

କେନ୍ଦୁଝର: ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ । ରାଇକଳା ସ୍ଥିତ ପୈତୃକ ବାସଭବନରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ପଖାଳ, ଶାଗ ଭଜା, କୁନ୍ଦୁରି ଓ ଆଳୁ ଭଜା ଖାଇବା ସହ ନିଜର ପରିଵାର ପ୍ରିୟଜନଙ୍କୁ ଭେଟିଛନ୍ତି । ପରିବାର ଲୋକଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀ ପ୍ରଥମ ଥର ନିଜ ଜିଲ୍ଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି । ଏହାପୂର୍ବରୁ ଆଜି ଝୁମ୍ପୁରା ଦୁର୍ଗା ମଣ୍ଡପ ପଡ଼ିଆ ଜନସଭାରେ ଉଦବୋଧନ ବେଳେ ଭାବବିହ୍ବଳ ହୋଇଥିଲେ । ପୁରୁଣା ସ୍ମୃତିକୁ ମନେ ପକାଇଲେ ।

ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ଝୁମ୍ପୁରା ହାଇସ୍କୁଲରେ ପାଠ ପଢ଼ି ମୁଁ ଗର୍ବିତ । ପୂର୍ବରୁ ମାଆଙ୍କ ସହ ଝୁମ୍ପୁରା ବଜାରକୁ ଆସୁଥିଲି । ସେତେବେଳେ ଝୁମ୍ପୁରା ବଜାର ଯେମିତି ଥିଲା ଏବେ ବି ସେମିତି ଅଛି । ଲୋକଙ୍କ ଆଶୀର୍ବାଦରୁ ଝୁମ୍ପୁରା ହାଇସ୍କୁଲର ଛାତ୍ର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀ କହିଛନ୍ତି । ଚାଷୀଙ୍କୁ ନ୍ୟାୟ ମିଳିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେବ ବୋଲି କହିଛନ୍ତି ।

ଜନ୍ମମାଟିରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ କରିଥିଲେ ଅଞ୍ଚଳବାସୀ । ପରେ ବିଶାଳ ରୋଡ ଶୋରେ ସେ ଯାଇ ଝୁମ୍ପୁରାରେ ପହଞ୍ଚିଥିଲେ । ସେଠାରେ ନିଜେ ପାଠ ପଢିଥିବା ହାଇସ୍କୁଲରେ ପହଞ୍ଚି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ଗତକାଲି ପ୍ରଥମ ଦିନରେ ସେ ଘଟଗାଁରେ ମାଆ ତାରିଣୀଙ୍କୁ ଦର୍ଶନ କରିଥିଲେ । ପରେ କେନ୍ଦୁଝରରେ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ନେବା ସହ ସହରରେ ରୋଡ ସୋ କରିଥିଲେ । ମୁଖ୍ଯମନ୍ତ୍ରୀ ଜନ୍ମମାଟିକୁ ଆସିଥିବାରୁ ରାଇକଳାରେ ଏବେ ଉତ୍ସବର ମାହୋଲ ।

The post ଚଟାଣରେ ବସି ପଖାଳ ଖାଇଲେ, ପୁରୁଣା ସ୍ମୃତିକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ appeared first on KNews Odisha.

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button