ନିଜକୁ Attractive କରିବା ପାଇଁ 7 ଟି ଜବରଦସ୍ତ ଟିପ୍ସ ! ଆପଣଙ୍କ ଉପରୁ କାହାର ନଜର ହଟିବ ନାହିଁ…

ବନ୍ଧୁଗଣ ନିଜକୁ ସବୁବେଳେ ଏମିତି ଭାବେ ଗଢି ତୋଳିବା ଦରକାର କି ! ଯେମିତି ଲୋକ ମାନଙ୍କ ପଛରେ ଆପଣ ନୁହେଁ ବଂର ଆପଣଙ୍କ ପଛରେ ଅନ୍ୟମାନେ ଗୋଡାଇବେ । କିଛି ଲୋକଙ୍କର ମନୋଭାବ, ନିଜକୁ ଉପସ୍ଥାପନା କରିବାର ଶୈଳୀ ଓ ଆତ୍ମବିଶ୍ବାସ ହିଁ ସେମାନଙ୍କୁ ଖାସ୍ ବନାଇଥାଏ । ଆଜି ଆମେ ଏପରି କିଛି କଥା ଶିଖିବା ଯାହା ଅନୁସରଣ କଲେ ଆମେ ମଧ୍ୟ ନିଜକୁ ଆକର୍ଷଣୀୟ ବନାଇ ପାରିବା ।
1- ପ୍ରଥମେ ଆପଣ ନିଜକୁ ଆତ୍ମନିର୍ଭରଶୀଳ ବନାଇବା ଆବଶ୍ୟକ ଅଟେ । ପ୍ରକୃତରେ ଆମେ ଅନ୍ୟ ଉପରେ ବହୁତ ଅଧିକ ନିର୍ଭରଶୀଳ ହୋଇ ଥାଉ । ସବୁ କ୍ଷେତ୍ରରେ ଆମେ ଅନ୍ୟର ଭରସାରେ ରହୁଥାଉ । ଆଉ ଶେଷରେ ନିରାଶ ହୋଇଥାଉ । ସେଥିପାଇଁ ନିଜକୁ ନିଜେ ଗଢନ୍ତୁ ଓ ଆତ୍ମନିର୍ଭର ହୁଅନ୍ତୁ । ଏହା ଆପଣଙ୍କୁ ଶତ ପ୍ରତିଶତ ଆକର୍ଷଣୀୟ କରିବ ।
3- ଅଯଥା ଗପସପ ଓ ଅନ୍ୟର ଚର୍ଚା ଆଦିରୁ ନିଜକୁ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ । ଅନ୍ୟ ବିଷୟରେ ଗପିବା, ତାଙ୍କୁ ନିଚ ଦୃଷ୍ଟିରେ ଦେଖିବା ଓ ହସିବା ଆଦି ଅସଫଳ ଲୋକଙ୍କ କାର୍ଯ୍ୟ ହୋଇଥାଏ । ନିଜେ କିଛି କରନ୍ତି ନାହିଁ ଆଉ ଅନ୍ୟକୁ ସମାଲୋଚନା କରନ୍ତି । ଏହି ସବୁରୁ ଦୂରେଇ ରହିଲେ ଆପଣ ନିଜ ଉପରେ ଧ୍ୟାନ ଦେଇ ସଫଳ ଓ ଆକର୍ଷଣୀୟ ହୋଇ ପାରିବେ ।
4- ତାପରେ ନିଜ ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଅଯଥା ଚେଷ୍ଟା କରନ୍ତୁ ନାହିଁ । ଆପଣ ଯେତେ ଲୋକଙ୍କ ପଛେ ଯିବେ ସେମାନେ ସେତେ ଆପଣଙ୍କ ଠୁ ଆଗରେ ରହିବେ । ନିଜକୁ ଭଲ ପାଆନ୍ତୁ, କେହି ଆପଣଙ୍କ ପାଖେ ଆସୁ କି ନା ଆସୁ ଏପରି ଦେଖାନ୍ତୁ ଯେପରି ଆପଣଙ୍କୁ କିଛି ଫରକ୍ ପଡୁନାହିଁ । କେବଳ ନିଜ କାମରେ ହିଁ ଅଧିକ ଫୋକୋଷ କରନ୍ତୁ ।
5- ଏହା ପରେ ଆପଣ ନିଜ ଭାବନାକୁ ସବୁବେଳେ ନିଜ ଆୟତ୍ତରେ ରଖିବା ଶିଖନ୍ତୁ । ଆପଣ ଯେତେ ଭାବବିହ୍ୱଳ ହୋଇ ଲୋକଙ୍କୁ ଗୁରୁତ୍ବ ଦେବେ ସେତେ ଅଧିକ ନିରାଶ ଓ ଦୁର୍ବଳ ହୋଇ ପଡ଼ିବେ । ସେଥିପାଇଁ ଆପଣଙ୍କୁ ତୁଚ୍ଛ ଭାବୁଥିବା ଲୋକଙ୍କୁ ଗୁରୁତ୍ବ ନ ଦେଇ ନିଜକୁ ଓ ନିଜ କାର୍ଯ୍ୟକୁ ଗୁରୁତ୍ବ ଦିଅନ୍ତୁ ।