ରାଜ୍ୟ

ସକାଳୁ ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନ୍ସ: ୮ଟି ସ୍ଥାନରେ ଚଢ଼ାଉ

ଢେଙ୍କାନାଳ: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହରର ଷ୍ଟେସନ ବଜାରରେ ଥିବା ଘର, ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ ସମେତ କଟକ ଓ ଭୁବନେଶ୍ୱରରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି।

ଭିଜିଲାନ୍ସ ଘଟଣାର ତଦନ୍ତ କରି ଗୁରୁବାର ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି।ଏହି ଚଢ଼ାଉରେ ୭ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ୬ ଜଣ ଏସଏଆଇ ସାମିଲ ହୋଇଛନ୍ତି।

ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ଢେଙ୍କାନାଳର ରତ୍ନା ବଜାରରେ ଅବସ୍ଥିତ ପ୍ଲଟ୍ ନମ୍ବର ୩୧୬/୬୦୩୪ର ତିନି ମହଲା କୋଠା ରହିଛି। ଏହା ସହିତ ଢେଙ୍କାନାଳର ରତ୍ନା ବଜାରରେ ଅବସ୍ଥିତ ପ୍ଲଟ୍ ନଂ ୩୧୬/୬୫୪୦/୧୦୬୩୮ର ଦୁଇ ମହଲା କୋଠା, କଟକ ଆଠଗଡ଼ର ରାହାଙ୍ଗୋଲଠାରେ ଅବସ୍ଥିତ ଇ.ସି ବ୍ରୋଏଲର୍ ଫାର୍ମ (ମିଶ୍ର ଫାର୍ମ ହାଉସ୍)ରେ ଚଢ଼ାଉ କରାଯାଉଛି।

ଭୁବନେଶ୍ୱର ରସୁଲଗଡର ଜିଜିପି କଲୋନୀସ୍ଥିତ ଫ୍ଲାଟ ନଂ ୨୦୧ର ବ୍ରିନ୍ଦା ବେସେରା, ଆଠଗଡ଼ର ବିରାକିଶୋରପୁରରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି।

ସେହିପରି ଢେଙ୍କାନାଳରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ, ଢେଙ୍କାନାଳରେ ଅବସ୍ଥିତ ତାଙ୍କ ଅଫିସ୍ ଚାମ୍ବରରେ ଏବଂ ଢେଙ୍କାନାଳରେ ଅବସ୍ଥିତ ତାଙ୍କ ଆବାସିକ ସରକାରୀ କ୍ୱାର୍ଟର୍‌ରେ ଚଢ଼ାଉ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button