କରେଣ୍ଟ ଝଟକା ଲାଗିବା କ୍ଷଣି ତୁରନ୍ତୁ କରନ୍ତୁ ଏହି କାମ ! ନଚେତ ବ୍ୟକ୍ତିର ଜୀବନ ବିପଦରେ ପଡିପାରେ…
ଆଜିକାଲି ବିଜୁଳୀର ବ୍ୟବହାର କରାଯାଇ ଘରର ଆଲୋକୀକରଣ ଠାରୁ ନେଇ କେତେ କଣ ବୈଦ୍ୟୁତିକ କାର୍ଯ୍ୟ କରାଯାଇପାରୁଛି । ଗୋଟିଏ ଦିନ ମଧ୍ୟ ଆମେ ବିଜୁଳୀ ବିନା ବଞ୍ଚିବା କଷ୍ଟକର ହୋଇଯାଉଛି । ତେବେ ବିଜୁଳୀ ବ୍ୟବହାର କରି ଆମେ ଆମର ଅନେକ ଗୁଡିଏ ଦୈନଦିନ କାର୍ଯ୍ୟ କରିଥାଉ । ହେଲେ ବିଜୁଳୀର ବ୍ୟବହାର କରିବା ସମୟରେ ଆମକୁ କେତେ ଗୁଡିଏ ସାବଧାନୀତା ଅବଲମ୍ବନ କରିବାକୁ ପଡିଥାଏ । ନଚେତ ବିଜୁଳୀ ସଂସ୍ପର୍ଶରେ ଆସି ଆମ ଜୀବନ ମଧ୍ୟ ବିପଦ ମୁହଁରେ ପଡିପାରେ ।
ବନ୍ଧୁଗଣ ଓଦା ହାତରେ କେବେ ବି ବିଜୁଳିର ତାର କିମ୍ବା ସୁଇଚକୁ ଧରିବା ଉଚିତ ନୁହେଁ । ଯଦି ଆପଣ ବିଜୁଳି ତାରକୁ ଯୋଡିବାର କାମ କରୁଛନ୍ତି ତେବେ ପ୍ରଥମେ ପାୱାର କଟ କରି ନିଅନ୍ତୁ । ଏହା ଛଡା ଘରେ କୌଣସି ବି ତାରକୁ ଖୋଲା ଛାଡିବା ଉଚିତ ନୁହେଁ । ତାକୁ ବ୍ଲାକଟେପ ଦ୍ଵାରା କଭର କରି ଦେବା ଉଚିତ କିମ୍ବା ନୂଆ ତାର ଲଗାଇବା ଉଚିତ । ବିଜୁଳି ସହ ସମ୍ବନ୍ଧିତ କୌଣସି ବି କାର୍ଯ୍ୟ କରିବା ସମୟରେ ସ୍ଳିପର ପିନ୍ଧିବା ଉଚିତ । ଏହି ସବୁ କଥାକୁ ଧ୍ୟାନ ରଖିବା ଦ୍ଵାରା ହିଁ ଆପଣ କରେଣ୍ଟ ଲାଗିବା ଠାରୁ ଦୂରେଇ ରହି ପାରିବେ ।
ହେଲେ କେତେ ଥର ସାବଧାନ ରହିବା ସତ୍ତ୍ୱେ ବି ଲୋକମାନଙ୍କୁ କରେଣ୍ଟ ଲାଗିଯାଏ । ଏମିତିରେ ଯଦି ଆପଣ ନିଜ ସାମ୍ନାରେ କୌଣସି ବ୍ୟକ୍ତିକୁ କରେଣ୍ଟ ଲାଗିବାର ଦେଖନ୍ତୁ । ତେବେ କିଛି ବିଶେଷ କଥା ପ୍ରତି ଧ୍ୟାନ ରଖନ୍ତୁ । ଏହି ସମୟରେ ଯଦି ଆପଣ ସଠିକ ପଦକ୍ଷେପ ନେବେ, ତେବେ ସେହି ବ୍ୟକ୍ତିର ଜୀବନ ବଞ୍ଚି ଯାଇପାରେ । କିନ୍ତୁ ଭୁଲ ପଦକ୍ଷେପ ନେବା ଦ୍ଵାରା ଆପଣଙ୍କୁ ବି କରେଣ୍ଟ ଲାଗି ପାରେ ।