ଦେଶ- ବିଦେଶ

ମାଟି ପାତ୍ରର ପାଣି ହୋଇଥାଏ ଅମୃତ ସମାନ ! ଏହି ପାଣି ପିଇକି ଦେଖନ୍ତୁ, ରୋଗବେମାରୀ ପାଖ ମାଡିବ ନାହିଁ…

ଯଦି ଆମେ ପୁରୁଣା କାଳ ବିଷୟରେ କଥା ହେବା ତେବେ ଆଗକାଳେ ଲୋକଙ୍କ ଘରେ ଫ୍ରିଜ ନଥିଲା । ତେବେ ଲୋକମାନେ ନିଜ ଶୋଷ ମେଣ୍ଟେଇବା ପାଇଁ ପାଇଁ ସମସ୍ତେ ମାଠିଆ ପାଣିର ସେବନ କରୁଥିଲେ । କିନ୍ତୁ ଆଜିର ଯୁଗରେ ଯେଉଁଠି ଲୋକଙ୍କ ଘରେ ଫ୍ରିଜ ଅଛି । ସେଥିପାଇଁ ବହୁତ ଲୋକ ମାଠିଆରେ ପାଣି ପିଇବା ବନ୍ଦ କରି ସାରିଲେଣି । ମାଠିଆ ପାଣି ସ୍ଵାସ୍ଥ୍ୟ ପାଇଁ ବହୁତ ହିଁ ଲାଭକାରୀ ହୋଇଥାଏ । ଆମେ ଆପଣଙ୍କୁ ମାଠିଆ ପାଣି ବିଷୟରେ ଏମିତି କିଛି ଲାଭ ବିଷୟରେ କହିବାକୁ ଯାଉଛୁ ।

 

ମାଠିଆ ପାଣିରେ ମାଟିର ଖାରିଆ ଅଂଶ ଭରପୁର ଥାଏ । ଖାରିଆ ପାଣି ଆମ୍ଲତା ସହିତ ପ୍ରଭାବିତ ହୋଇ ପିଏଚ ସନ୍ତୁଳନ ପ୍ରଦାନ କରିଥାଏ । ତେଣୁ ଏହି ପାଣିକୁ ପିଇଲେ ପେଟ ଥଣ୍ଡା ରହିଥାଏ । ପେଟ ଜନିତ ବିଭିନ୍ନ ପ୍ରକାର ସମସ୍ଯାରୁ ଆରାମ ମିଳିଥାଏ । କଥାରେ ଅଛି, ଯଦି ପେଟ ସୁସ୍ଥ ରହିଥିବ ।

ତେବେ ଶରୀରକୁ ରୋଗବେମାରୀ ଶୀଘ୍ର ଆସିପାରିନଥାଏ । ତେଣୁ ଯଦି ଆପଣ ପେଟକୁ ଠିକ ରଖିବା ପାଇଁ ଚାହୁଁଥାନ୍ତି । ତେବେ ନିହାତି ଭାବେ ମାଠିଆ ପାଣିର ସେବନ କରନ୍ତୁ । ମାଠିଆ ପାଣି ପିଇବା ଦ୍ଵାରା ଏସିଡିଟି ହୋଇ ନଥାଏ ଓ ପେଟ ଦରଜରୁ ମୁକ୍ତି ମଧ୍ୟ ମିଳିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button