କଳା ଓଠକୁ ପ୍ରାକୃତିକ ଉପାୟରେ ଗୋଲାପୀ ଓ ସୁନ୍ଦର ବନାନ୍ତୁ…ବାସ୍ କିଛି ହିଁ ଦିନରେ, ନିହାତି ଟ୍ରାଏ କରିକି ଦେଖନ୍ତୁ –
ସୁନ୍ଦର ଓଠ ମୁଖମଣ୍ଡଳର ସୁନ୍ଦରତାକୁ ମଧ୍ୟ ବଢାଇଥାଏ । ଓଠ କୋମଳ ଓ ଚଳନଶୀଳ ହୋଇଥାଏ ଓ ଆହାର ଗ୍ରହଣ କରିବା ମଧ୍ୟ ଓଠର ଛିଦ୍ର ଅର୍ଥାତ୍ ମୁହଁ ଦ୍ଵାରା ହୋଇଥାଏ । ଏହା ବ୍ୟତୀତ ଓଠ ଦ୍ଵାରା ଧ୍ଵନି ମଧ୍ୟ ଉଚ୍ଚାରଣ କରାଯାଇଥାଏ । ଯାହା ପାଇଁ ମଣିଷ ଗଳାରୁ ନିଃସୃତ ଧ୍ଵନି ବାର୍ତ୍ତାଳାପରେ ପରିଣତ କରିବାରେ ସକ୍ଷମ ହୁଏ । ମନୁଷ୍ୟ ଶରୀରର ଓଠ ହେଉଛି ସ୍ପର୍ଶ ସମ୍ବନ୍ଧୀୟ ଅଙ୍ଗ । ଯାହାକି ପୁରୁଷ ଓ ନାରୀ ମଧ୍ୟରେ ଥିବା ସମ୍ପର୍କରେ କାମୁକତା ବଢାଇଥାଏ ।
ଗୋଲାପ ପାଖୁଡା ପରି ଫିକା ଗୋଲାପୀ ଓଠ କାହାର ବା ପସନ୍ଦ ନୁହେଁ । କିନ୍ତୁ କିଛି ଖରାପ ଅଭ୍ୟାସ ଯେପରି ସ୍ମୋକିଙ୍ଗ, ଓଠକୁ କାମୁଡିବା ଓ ପ୍ରତିଦିନ ଲିପଷ୍ଟିକ୍ ଲଗାଇବା ଏହିଭଳି କିଛି ପାଇଁ ଓଠ କଳା ପଡ଼ିଥାଏ । ତେଣୁ ବହୁତ ଲୋକଙ୍କର ନିଜ କଳା ଓଠକୁ ଗୋଲାପୀ କରିବାର ଇଛା ରହିଥାଏ । କାରଣ ପ୍ରାକୃତିକ ଭାବେ ସୁନ୍ଦର ଓ ଗୋଲାପୀ ରଙ୍ଗର ଓଠକୁ ସମସ୍ତେ ପସନ୍ଦ କରିଥାନ୍ତି।
ଏହି ଓଠ ସାହାଯ୍ୟରେ ମଣିଷ ପରକୁ ନିଜର କରିପାରେ । ଯାହାକୁ ଦେଖିକି ଅନ୍ୟ କେହି ଆପଣଙ୍କ ଆଡକୁ ଆକର୍ଷିତ ହୁଅନ୍ତି । ହେଲେ ସୁନ୍ଦର୍ ଗୋଲାପୀ ଓଠ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେଥିପାଇଁ କିଏ କେତେ ଉପାୟରେ ନିଜ ଓଠକୁ ଗୋଲାପୀ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଭାବେ କିପରି ନିଜ ଓଠକୁ ଗୋଲାପୀ ଓ ସୁନ୍ଦର କରିହେବ ? ସେହି ବିଷୟରେ କିଛି ଖାସ୍ ଉପଚାର ସମ୍ପର୍କରେ କହିବାକୁ ଯାଉଛୁ ।