ଦେଶ- ବିଦେଶ

ଏୟାର ମାର୍ଶାଲ ଅମରପ୍ରିତ୍ ସିଂହ ବାୟୁସେନାର ନୂଆ ମୁଖ୍ୟ; ସେପ୍ଟେମ୍ବର ୩୦ରେ ନେବେ ଦାୟିତ୍ବ

ନୂଆଦିଲ୍ଲୀ: ଅମରପ୍ରିତ୍ ସିଂହ ବାୟୁସେନାର ନୂଆ ମୁଖିଆ । ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ହେବେ ଏୟାରଫୋର୍ସ ମୁଖ୍ୟ । ସେ ଏବେ ବାୟୁସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ଦାୟିତ୍ବ ଗ୍ରହଣ କରିବେ । ବର୍ତ୍ତମାନ ବାୟୁସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ ବିବେକ୍ ରାମ ଚୌଧୁରୀ ।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ‘ବର୍ତ୍ତମାନରେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଏୟାର ମାର୍ଶଲ ଅମରପ୍ରିତ ସିଂହଙ୍କୁ ଏୟାର ଚିଫ୍ ମାର୍ଶଲ ପଦରେ ଆଗାମୀ ବାୟୁସେନା ମୁଖ୍ୟ ରୂପେ ନିଯୁକ୍ତ କରାଯାଇଛି ।

ଏହି ନିଯୁକ୍ତି ସେପ୍ଟେମ୍ୱର ୩୦ ଅପରାହ୍ଣ ପରେ ପ୍ରଭାବୀ ହେବ ।’

ଏୟାର ମାର୍ଶଲ ଅମରପ୍ରିତ ସିଂହଙ୍କ ପାଖରେ ୫୦୦୦ରୁ ଅଧିକ ଘଣ୍ଟା ଉଡାଣ ଅନୁଭବ ରହିଛି । ୧୯୬୪ ମସିହା ଅକ୍ଟୋବର ୨୭ରେ ଜନ୍ମ ହୋଇଥିବା ଅମରପ୍ରିତ୍ ୨୦୨୩ ଫେବ୍ରୁଆରୀରୁ ଭାରତୀୟ ବାୟୁସେନାର ଉପମୁଖ୍ୟ ଭାବେ ସେବା ପ୍ରଦାନ କରୁଛନ୍ତି । ୧୯୮୪ ଡିସେମ୍ୱରରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାଇଲଟ୍ ଶ୍ରେଣୀରେ ସାମିଲ ହୋଇଥିଲେ ଅମରପ୍ରତି ସିଂହ । ନିଜର ୪୦ ବର୍ଷ ଲମ୍ୱା ଏବଂ ପ୍ରତିଷ୍ଠିତ ସେବା ଅବଧିରେ ସେ ବିଭିନ୍ନ କମାଣ୍ଡ ଏବଂ ଷ୍ଟାଫରେ କାମ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button