ଦେଶ- ବିଦେଶ

ଆପଣ ନିରାମିଷାସୀ କି, ତାହେଲେ ମିନିଟରେ ପ୍ରସ୍ତୁତ କରନ୍ତୁ ପଣସ କବାବ

ଯେତେବେଳେ ବି କବାବର ନାମ ଆସେ ଲୋକଙ୍କ ପାଟିରେ ଲାଳ ବାହାରେ। ଅନେକ ଲୋକ ଏହା ବି ଭାବନ୍ତି ଯେ କବାବ ମାନେ ନନଭେଜ୍‌ ହୋଇଥିବ। କିନ୍ତୁ ଭେଜରେ ବି ବଢ଼ିଆ କବାବ ରହିଛି। ଯାହା ସ୍ୱାଦରେ ଏକଦମ ଜବରଦସ୍ତ। ଆଜି ଆମେ ଆପଣଙ୍କୁ ଏକ ଖାସ୍‌ କବାବ ବିଷୟରେ ଜଣାଇବୁ, ଯାହାର ନାମ ହେଉଛି ପଣସ କବାବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୩୦୦ ଗ୍ରାମ ପଣସ
-୧/୨ କପ୍‌ ବେସନ
-ଦୁଇ କପ୍‌ ତେଲ
-୨ଟି ଅଳେଇଚ
-୧/୨ ଚାମଚ ଅଦା ପେଷ୍ଟ
-ଦୁଇଟି ଲବଙ୍ଗ
-୧/୨ ଚାମଚ ହଳଦି ପାଉଡର
-୩ କଞ୍ଚା ଲଙ୍କା
-୧/୨ ଚାମଚ ରସୁଣ ପେଷ୍ଟ
-୧/୨ ଚାମଚ ଗରମ ମସଲା
-୧/୨ ଚାମଚ ଜୀରା ପାଉଡର
-ଲୁଣ ସ୍ୱାଦାନୁସାରେ
-ଧନିଆ ପତ୍ର
-ପୋଦିନା ପତ୍ର

ପ୍ରସ୍ତୁତ ପ୍ରଣାଳୀ

ସର୍ବପ୍ରଥମେ କଞ୍ଚା ପଣସର ଚୋପା ବାହାର କରି ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏହାପରେ ଏହାକୁ କୁକରରେ ଫୁଟାଇ ଦିଅନ୍ତୁ।
ଏହାପରେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ବେସନ ଏବଂ ବାକି ସମସ୍ତ ମସଲା ପକାଇ ୪ରୁ୫ ମିନିଟ ପର୍ଯ୍ୟନ୍ତ ଭଲଭାବେ ବାଛନ୍ତୁ

ଏବେ ଏକ ପାତ୍ରରେ ସିଝାଇ ରଖିଥିବା ପଣସ ଏବଂ ଭାଜି ରଖିଥିବା ମସଲାରେ ଭଲଭାବେ ଚକଟି ଦିଅନ୍ତୁ।

ଏହାପରେ ଚକଟି ରଖିଥିବା ମିଶ୍ରଣକୁ ଗୋଲ ଗୋଲ କରି କବାବ ଆକାର ଦିଅନ୍ତୁ।

ଏହାପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ସେଥିରେ କବାବକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ।

ଏବେ ଏହାକୁ ଏକ ପ୍ଲେଟକୁ ବାହାର କରି ନିଜ ପସନ୍ଦର ଚଟଣୀ ସହିତ ଗରମା ଗରମ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button