ସ୍ୱାସ୍ଥ୍ୟ

ରାତିରେ ଶୋଇବା ବେଳେ ଦେଶୀ ଘିଅର ଏହି ଉପାୟ କରନ୍ତୁ, କେତେ ରୋଗ ଆପଣଙ୍କ ଠାରୁ ରହିବେ ଦୂରେଇ

ଦେଶୀ ଘିଅ ଗୁଣ ବିଷୟରେ ଯେତେ କହିଲେ କମ ପଡିବ, ଦେଶୀ ଘିଅ ରେ କେତେକ ଔଷଧ ଗୁଣ ହୋଇ ଥାଏ । ତେବେ ଆପଣଙ୍କ ମଧ୍ୟରୁ ବଡ ଓ ବୁଜୁର୍ଗ ଲୋକ ଏହି ଔଷଧ ଗୁଣ ବିଷୟରେ ଜାଣି ଥିବେ, ଥଣ୍ଡା ଭଳି ଛୋଟ ରୋଗ ଠାରୁ ବଡ ବଡ ରୋଗ ପାଇଁ ଦେଶୀ ଘିଅ ପ୍ରୟୋଗ କରା ଯାଇ ଥାଏ । ଆପଣଙ୍କ ମଧ୍ୟ ରୁ ବହୁତ ଲୋକ ଏହା ଜାଣି ନଥିବେ ଯେ ଘିଅ ରେ ମାଇକ୍ରୋନ୍ୟୁଟ୍ରିଏନ୍ତ୍ସ ହୋଇ ଥାଏ ଯାହା କ୍ୟାନ୍ସର ଭଳି ରୋଗରୁ ଲଢିବା ପାଇଁ ଶକ୍ତି ଦେଇ ଥାଏ ।

ଦେଶୀ ଗାଈ ଘିଅ ଶାରୀରିକ, ମାନସିକ ଏବଂ ବୁଦ୍ଧି ବିକାଶ ସହ ବାତାବରଣ ସୁଧା କରିବା ପାଇଁ ବହୁତ ବଡ କାରଣ ହୋଇ ଥାଏ ।

ପ୍ରତି ଦିନ ରାତିରେ ଶୋଇବା ଆଗରୁ ଦି ଦି ବୁନ୍ଦା ଘିଅ ନାକରେ ପକେଇ ଟିକେ ଛିଙ୍କି ଦିଅନ୍ତୁ ଏହା କଲେ ଆପଣଙ୍କୁ ବହୁତ ରୋଗ ଠାରୁ ଆରାମ ମିଳି ଥାଏ ଓ ବହୁତ ରୋଗ ଆପଣଙ୍କ ଠାରୁ ଦୂରେଇ ରୁହନ୍ତି । ତେବେ ଆସନ୍ତୁ ଜାଣିବା ଏହାର କିଛି ବିଶେଷ ଗୁଣ ବିଷୟରେ ।

 

– ଆଖି ଦ୍ରୁଷ୍ଟି ଭଲ ହୋଇ ଥାଏ :

ରାତିରେ ଘିଅ ନାକରେ ପକେଇଲେ ଏହାର ପ୍ରଭାବ ଆପଣଙ୍କ ଆଖି ଉପରେ ପଡି ଥାଏ, ଏହା ଦ୍ଵାରା ଆପଣଙ୍କ ଆଖି ଦ୍ରୁଷ୍ଟି ଭଲ ହୋଇ ଥାଏ ।

– ମାଇଗ୍ରେନ ଠାରୁ ମୁକ୍ତି :

କୁହା ଯାଏ ଯେ ଯେଉଁ ଲୋକ ଅଧା କପାଳ ଦରଜ ହୋଇ ଥାଏ ବା ମାଇଗ୍ରେନ ଅସୁବିଧା ହୋଇ ଥାଏ ସେହି ଲୋକଙ୍କ ପାଇଁ ଦେଶୀ ଘିଅ ବହୁତ ଲାଭକାରୀ ହୋଇ ଥାଏ, ଦେଶୀ ଘିଅ ଦ୍ଵାରା ମାଇଗ୍ରେନ ଆରମ ହୋଇ ଥାଏ ।

 

– ହାର୍ଟ ଅଟାକ :

ଯେଉଁ ଲୋକଙ୍କୁ ହୃଦୟ ଅସୁବିଧା ହୋଇ ଥାଏ ସେହି ଲୋକଙ୍କୁ ଚିକଣିୟା ଜିନିଷ ଖାଇବା ଉଚିତ ନୁହ, କିନ୍ତୁ ତେଲ ଜାଗାରେ ଦେଶୀ ଘିଅ ପ୍ରୟୋଗ କରିବା ଅଧିକ ଲାଭକାରୀ ହୋଇ ଥାଏ ।

– ଚୁଟି ଝଡିବା :

ଚୁଟି ଛଡିବା ଆଜିକା ସମୟରେ ସାମାନ୍ୟ କଥା ଅଟେ, ଯଦି ଆପଣଙ୍କ ଚୁଟି ଆବଶ୍ୟକତା ଠାରୁ ଅଧିକ ଛଡୁଛି ତେବେ ଆପଣ ରାତିରେ ଶୋଇବା ଆଗରୁ ନାକରେ ଦି ବୁନ୍ଦା ଦେଶୀ ଘିଅ ପକାଇ ସୁଅନ୍ତୁ, ଏହି ଉପାୟ ପରେ ଆପଣ ମଧ୍ୟ ଦେଖିବାକୁ ପାଇବେ ଯେ ଚୁଟି ଛାଡିବା ବହୁତ କମ ହୋଇ ଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button