ସ୍ୱାସ୍ଥ୍ୟ

ଏହି 5ଜଣ ଲୋକଙ୍କ ପାଇଁ ଜହର ସମାନ ହୋଇଥାଏ ଅଦା, ନଖାଇବେ ତ ଆପଣଙ୍କ ପାଇଁ ଭଲ ହେବ

ଭାରତରେ ଅଦା ଏକ ପ୍ରକାର ମସଲା ଅଟେ, ଯାହାକୁ ବହୁତ ଖାଇବା ଜିନିଷରେ ସ୍ଵାଦ ପାଇଁ ବ୍ୟବହାର କରାଯାଏ । ଭାରତ ଛଡା ଅନ୍ୟ ଜାଗାରେ ବି ଅଦାର ବ୍ୟବହାର ଅଲଗା ଅଲଗା ପ୍ରକାରେ କରାଯାଇଥାଏ । ସବୁ ଘରେ ସକାଳେ ଓ ସନ୍ଧ୍ୟାରେ ଚା’ରେ ଅଦାକୁ ବ୍ୟବହାର କରିଥାନ୍ତି କାରଣ କିଛି ଅଦା ଖଣ୍ଡ ଶରୀରକୁ ଗରମ ରଖିଥାଏ, ଯାହା ଦ୍ଵାରା ଥଣ୍ଡା କାଶ, ତଣ୍ଟି ଖସଖସ ଅଦ୍ଦିରୁ ମୁକ୍ତି ମିଳିଥାଏ ।

ଅଦାକୁ ଖାଇବାରେ ବ୍ୟବହାର କରିବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ହଜାର ବର୍ଷ ଧରି ଅଦାକୁ ଜଡିବୁଟି ଭଳି ବ୍ୟବହାର କରାଯାଉଛି । ଅଦାକୁ ଗ୍ଯାସ ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।

ଲୋକମାନଙ୍କୁ ଲାଗିଥାଏ ଏଥିରେ କେବଳ ଫାଇଦା ହୋଇଥାଏ କିନ୍ତୁ ଅଦାକୁ ବହୁତ ମାତ୍ରାରେ ବ୍ୟବହାର କଲେ ତାର ବଡ ଦୁପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ବ୍ୟକ୍ତିଙ୍କ ପାଇଁ ଅଧିକ ଅଦା ଖାଇବା ବିଷ ସହିତ ସମାନ ହୋଇଥାଏ ।

ଯେଉଁ ଲୋକ ବହୁତ ପତଳା ହୋଇଥାନ୍ତି ତାଙ୍କର ଅଦା ଖାଇବା ଉଚିତ ନୁହେଁ, କାରଣ ଅଦାକୁ ଓଜନ କମ କରିବା ପାଇଁ ବ୍ୟବହାର କରାଯାଇଥାଏ ଏହାକୁ ଲଗାତାର ଖାଇବା ଫଳରେ ଭୋକ କମିଯାଇଥାଏ, ଏହାକୁ ଖାଇବା ଦ୍ଵାରା ଆପଣ ଆହୁରି ଅଧିକ ପତଳା ହୋଇଯିବେ ।

 

ପୈତୃକ ରକ୍ତସ୍ରାବ ହିମୋଫିଲିଆ ଏକ ଆନୁବଂଶିକ ରୋଗ ହୋଇଥାଏ ଯାହା ମହିଳାଙ୍କ ଦ୍ଵାରା ପୁରଷ ମାନଙ୍କୁ ହୋଇଥାଏ । ହେମୋଫିଲିଆ ଏହି ରୋଗ ହୋଇଥାଏ କି ଯାହା ଦ୍ଵାରା ଶରୀର ବାହାରେ ବୋହୁଥିବା ରକ୍ତ ବନ୍ଦ ହୁଏ ନାହିଁ । ଯେଉଁ ଲୋକଙ୍କୁ ହିମୋଫିଲିଆ ହୋଇଥିବ ସେମାନେ ଅଦା କମ ଖାଇବା ଉଚିତ ।

ଯେଉଁ ଲୋକଙ୍କର ବ୍ଲଡ ପ୍ରେସର ଅଛି ସେମାନେ ଔଷଧ ଖାଇବା ସହିତ ଯଦି ଅଦା ଖାଇଥାନ୍ତି ତାହେଲେ ତାଙ୍କ ବ୍ଲଡ ଲେବୁଲ ଶୀଘ୍ର କମ ହୋଇଯାଏ, ସେଥିପାଇଁ ସେମାନଙ୍କୁ ଅଦା କମ ଖାଇବା ଦରକାର ।

 

ପ୍ରେଗନେସି ସମୟରେ ଅଧିକ ଅଦା ଖାଇଲେ ଭୃଣର ସେକ୍ସ ହରମୋନ ଉପରେ ତାହାର ପ୍ରଭାବ ପଡିଥାଏ । ଅଦା ଖାଇବା ଦ୍ଵାରା ମଧ୍ୟ ଗର୍ଭପାତ ହୋଇଥାଏ, ତେଣୁ ଗର୍ଭବତୀ ମହିଳା ମାନେ ଅଦା ଖାଇବା ଉଚିତ ନୁହେଁ ।

ଅଦା ଖାଇବା ଦ୍ଵାରା ଅଲର୍ଜି ମଧ୍ୟ ହୋଇଥାଏ । ଏହାଛଡା ଅଧିକ ଅଦା ଖାଇବା ଦ୍ଵାରା ମଣିଷ ଶରୀରରେ ଏସିଡ ପରିମାଣ ଅଧିକ ହୋଇଥାଏ, ଯାହା ଏସିଡିଟିର କାରଣ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button