ସ୍ୱାସ୍ଥ୍ୟ

ଗର୍ଭାବସ୍ଥା ସମୟରେ ଖରଭୁଜ ଖାଇବା ହୋଇଥାଏ ଲାଭକାରୀ, ଜାଣନ୍ତୁ କାହିଁକି

ଗରମ ଦିନେ ସେବନ କରାଯାଉଥିବା ଫଳ ଖରଭୁଜ କେବଳ ପାଟିକୁ ସ୍ୱାଦିଷ୍ଠ ଲାଗିନଥାଏ ବରଂ ଖୁବ୍‌ ଲାଭଦାୟକ ମଧ୍ୟ ହୋଇଥାଏ। ଏଥିରେ ଥିବା ପୋଟାସିୟମ, ଭିଟାମିନ-ଏ ଏବଂ ବିଟା କୈରୋଟିନ, ଫାଇବର ଆଦି ପୋଷକ ତତ୍ତ୍ୱ ଗର୍ଭବତୀ ମହିଳା ଏବଂ ଗର୍ଭରେ ଥିବା ଶିଶୁକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଖରଭୁଜରେ ପ୍ରଚୁର ମାତ୍ରାରେ ପାଣି ରହିଥାଏ। ଏଥିସହ ଖରଭୁଜ ମଞ୍ଜି ମଧ୍ୟ ଆପଣମାନଙ୍କ ପାଇଁ ଲାଭକାରୀ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଇନଥାଏ। ତେବେ ଆସନ୍ତୁ ଜାଣିବା ଖରଭୁଜ ଖାଇବା ଦ୍ୱାରା ଗର୍ଭବତୀ ମହିଳାଙ୍କ ପାଖରେ କେଉଁ କେଉଁ ଲାଭ ମିଳିଥାଏ।

melons-ଖରଭୁଜରେ ଥିବା ଭିଟାମିନ-ଏ ଶିଶୁକୁ ବିକଶିତ କରିବା ଏବଂ ଜନ୍ମଜାତ ବିକଳାଙ୍ଗତାକୁ ରୋକିବାରେ ସାହାଯ୍ୟ କରିଥାଏ। ଏହା ଶିଶୁର ହୃଦୟ, ଫୁସଫୁସ୍‌, କିଡନୀ, ଆଖି ଏବଂ ହାଡକୁ ବିକଶିତ କରିଥାଏ। ଏହାବ୍ୟତୀତ ଖରବୁଜ ସ୍ନାୟୁ ସମ୍ବନ୍ଧୀୟ ନଳୀରେ ଥିବା ଦୋଷ ଦୂର କରିବାରେ ସାହାଯ୍ୟ କରିଥାଏ।

-ଖରଭୁଜରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଏବଂ ଫସଫରସ୍‌ ରହିଥାଏ। ଗର୍ଭବସ୍ଥା ସମୟରେ ମାଁ ଏବଂ ସନ୍ତାନ ଉଭୟଙ୍କ ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଥାଏ।

melon-ଖରଭୁଜ ଖାଇବା ଦ୍ୱାରା ଆପଣ ଏନିମିୟାରୁ ମଧ୍ୟ ରକ୍ଷା ପାଇପାରିବେ। ଗର୍ଭବତୀ ମହିଳାଙ୍କ ମଧ୍ୟରେ ରକ୍ତର ଅଭାବ ଭୟଙ୍କର ସମସ୍ୟା ସୃଷ୍ଟି କରିପାରେ। ଏଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଡାଏଟରେ ଖରଭୁଜ ସାମିଲ କରନ୍ତୁ। ଖରଭୁଜରେ ଥିବା ଆଇରଦନର ମାତ୍ରା ହିମୋଗ୍ଲୋବିନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

Melon juice-ଖରଭୁଜରେ ପ୍ରଚୁର ମାତ୍ରାରେ ଭିଟାମିନ-ସି ରହିଥାଏ। ଗର୍ଭବସ୍‌ଥା ସମୟରେ ଭିଟାମିନ-ସି ଖାସ, ଥଣ୍ଡା ଏବଂ ଫ୍ଲୁ ଭଳି ସଂକ୍ରମଣ ସହ ଲଢିବାରେ ସାହାଯ୍ୟ କରିଥାଏ।

-ଗର୍ଭବସ୍ଥା ସମୟରେ ଅଧିକାଂଶ କବଜ ସମସ୍ୟା ଦେଖାଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଖରଭୁଜ ସେବନ କରନ୍ତୁ। ଏହାବ୍ୟତୀତ ଏହାକୁ ଖାଇବା ଦ୍ୱାରା ଅତ୍ୟଧିକ ଗରମ ଲାଗିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button