ସ୍ୱାସ୍ଥ୍ୟ
ଫ୍ରିଜରେ ମାଛ ରଖି ଖାଉଥିଲେ ଏହି ଖବର ନିଶ୍ଚୟ ପଢନ୍ତୁ, ଏହା ଆପଣଙ୍କୁ ପହଞ୍ଚାଇ ପାରେ ହସ୍ପିଟାଲରେ

ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ସମସ୍ତେ ଜାଣିଛନ୍ତି, ଏବଂ ବହୁତ ଲୋକଙ୍କ ପ୍ରିୟ ଖାଦ୍ୟ ମାଛ ଅଟେ । ମାଛ ରେ ବହୁତ ଗୁଡିଏ ପ୍ରୋଟିନ ଥାଏ ବୋଲି ଆମେ ଜାଣିଛୁ କିନ୍ତୁ କଣ ଆପଣ ଜାଣିଛନ୍ତି କି ଫ୍ରିଜ ମାଛ ଆପଣଙ୍କୁ ହସ୍ପିଟାଲ ପଠେଇ ପାରେ । ଯଦି ଆପଣ ମାଛ ଖାଇବା ପସନ୍ଦ କରନ୍ତି ତାହେଲେ ତାଜା ମାଛ ଖାଆନ୍ତୁ, ମାଛକୁ ଫ୍ରିଜ ରେ ଅଧିକ ସମୟ ରଖି କରି ରୋଷେଇ କରନ୍ତୁ ନାହିଁ ।
ବଜାର ରୁ ମାଛ ଆଣିବା ତୁରନ୍ତ ପରେ ମାଛ କୁ ପ୍ଲାଷ୍ଟିକ ରୁ କାଢି ବାସନ ରେ ରଖନ୍ତୁ ଏବଂ ଚେଷ୍ଟା କରନ୍ତୁ ତାକୁ ସାଙ୍ଗେ ସାଙ୍ଗେ ଧୋଇକି ରୋଷେଇ କରିବା ପାଇଁ ।
ରୋଷେଇ ହୋଇଥିବା ମାଛ ଜଲ୍ଦି ଖରାପ ହୋଇଥାଏ । ଆପଣ ଯେଉଁ ମାଛ ରାନ୍ଧିଛନ୍ତି ଯଦି ତାହା ଅଧିକ ହୋଇ ଯାଉଛି ତାହେଲେ ଚେଷ୍ଟା କରନ୍ତୁ ଗୋଟେ ଦୁଇ ଦିନ ଭିତରେ ଖାଇବା ପାଇଁ ନଚେତ ସେହି ଖାଦ୍ଯ ଆପଣଙ୍କୁ ହସ୍ପିଟାଲ ପଠେଇ ଦେବ ।




