ଦେଶ- ବିଦେଶ

ପାର୍ଟନର ସହ କେବେ ବି ହବନି ଝଗଡା ଯଦି ବିବାହ ଆଗରୁ ପଚାରିବେ ଏହି ପାଞ୍ଚୋଟି ପ୍ରଶ୍ନ

ବିବାହ ସମସ୍ତଙ୍କ ଜୀବନର ଗୋଟେ ମୁଲ୍ୟବାନ ଭାଗ ଅଟେ, ବିବାହ କେବଳ ଦୁଇଟି ଲୋକଙ୍କ ମିଳନ ନୁହେଁ ବିବାହ ଦୁଇଟି ପରିବାରକୁ ଯୋଡି ଥାଏ । ସେଥିପାଇଁ ବିବାହ ସମ୍ବନ୍ଧିତ କୌଣସି କଥାକୁ ହାଲୁକା ରେ ନିଅନ୍ତୁ ନାହିଁ, ବିବାହ ଆଗରୁ ଦୁହେଁ ଦୁହିଁଙ୍କୁ ଜାଣିବା ଆବଶ୍ୟକ ଅଟେ ଆଗକୁ ଯାଇ ସମ୍ପର୍କ ଖରାପ ହବା ଆଗରୁ ଜାଣିବା ଦରକାର ଅଟେ । ଏମିତି କେତୋଟି କଥା ଅଛି ଯାହା ବିବାହ ଆଗରୁ କ୍ଲିଅର କରଦବା ଉଚିତ ।

ଏହି ପ୍ରଶ୍ନ ପଚାରି ଆପଣ ନିଜ ପାର୍ଟନର ବିଷୟରେ ଅଧିକ ଜାଣି ପାରିବେ ।  ଯାହା ଉତ୍ତର ଜାଣି ଆପଣ ବୁଝିପାରିବେ କି ସେ ଆପଣଙ୍କ ସହ ଭଲ ରେ ରହିବ ବା ନାଇ ।

ବିବାହ ପାଇଁ କୌଣସି ପ୍ରକାର ଜୋର-ଜବରଦସ୍ତି ହେଉ ନାହିଁ ତ :

କେତେ ଥର ବିବାହ ବନ୍ଧନ ରେ ଦୁଇଟି ଲୋକଙ୍କୁ ଜବରଦସ୍ତି ବନ୍ଧା ଯାଏ, ସେଥିପାଇଁ ନିଜ ଭାବି ପାର୍ଟନରକୁ ଏହି ପ୍ରଶ୍ନ ନିଶ୍ଚିତ ପଚାରନ୍ତୁ ଯେ ଏହି ବିବାହ ପାଇଁ ତାଙ୍କ ସହ ଜବରଦସ୍ତି ହୋଇନାହିଁ ତ । ଆଜିକାଲି ବିବାହ ଆଗରୁ କାହାର ନା କାହାର ଅଫେୟର ଚାଲୁଅଛି ସେଥିପାଇଁ ନିଜ ପାର୍ଟନରକୁ ଆଗୁଆ ଏଇ ସବୁ ବିଷୟ ରେ ପଚାରନ୍ତୁ ।

 

ରୋମାନ୍ସ ଏବଂ ଶାରୀରିକ ସମ୍ବନ୍ଧ ବିଷୟ ରେ ପଚାରି ନିଅନ୍ତୁ :

ପ୍ରାୟତଃ ଲୋକେ ଏହି ଟପିକ ରେ କଥା ହବା ପାଇଁ ଡ଼ରନ୍ତି କିନ୍ତୁ ଏହି ସବୁ କଥା ଆଗରୁ କ୍ଲିଅର ରଖିଲେ ଆପଣଙ୍କ ବିବାହିତ ଜୀବନ ସୁଖ ରେ କଟିବ । ନିଜ ପାର୍ଟନର ମନ ବିଷୟ ରେ ଜାଣନ୍ତୁ କି ସେ କଣ ଭାବୁଛନ୍ତି ଏବଂ କଣ ଚାହୁଞ୍ଚନ୍ତି ତା ପରେ ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କୁ ବିବାହ କରିବାର ଅଛି କି ନାହିଁ ।

 

ତାଙ୍କ ଫ୍ୟାମିଲି ପ୍ଲାନିଙ୍ଗ କଣ :

ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି ଆପଣଙ୍କ ପାର୍ଟନର ଭବିଷ୍ୟତ ରେ ଫ୍ୟାମିଲି ପ୍ଲାନିଙ୍ଗ ବିଷୟ ରେ କଣ ଭାବନ୍ତି । କଣ ସେ ବାହାଘର ପରେ ସାଙ୍ଗେ ସାଙ୍ଗେ ସନ୍ତାନ ଚାହାଁନ୍ତି ବା ତାଙ୍କର କେତେଟା ଛୁଆ କରିବାର ଇଛା ଅଛି ।

 

କଣ ସେ ବାହାଘର ପରେ ବି ଆପଣଙ୍କୁ ଚାକିରି କରିବାକୁ ଦେବେ କି ନାହିଁ :

ନିଜ ଭବିଷ୍ୟ କୁ ନେଇ ସବୁବେଳେ ସ୍ପଷ୍ଟ ରୁହନ୍ତୁ ନିଜ ଚାକିରି ବିଷୟ ରେ କ୍ଲିଅର କରନ୍ତୁ ଆପଣଙ୍କ ପାର୍ଟନର ଏହା ବିଷୟରେ କଣ ଚାହାଁନ୍ତି ତାହା ବୁଝି ନିଅନ୍ତୁ । କଣ ସେ ଆପଣଙ୍କ କ୍ୟାରିୟର କୁ ଆଗୁକୁ ବଢେଇବା ପାଇଁ ସାହାଯ୍ୟ କରିବେ କି ନାହିଁ ଏହି ବାବଦ ରେ ବୁଝି ନିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button