ମନୋରଞ୍ଜନ
ବ୍ରେକପର ୩ ମାସ ପରେ ଘରୁ ବାହାରିଲେ ଏହି ଅଭିନେତ୍ରୀ, ଦେଖନ୍ତୁ ଫୋଟୋ

ଇଲିୟାନା ବରଫି ଫିଲ୍ମ ଜରିଆରେ ବଲୀଉଡ ଜଗତରେ ପାଦ ଥାମି ଥିଲେ । ଇଲିୟାନା ତାଙ୍କ ସମ୍ପର୍କକୁ ନେଇକି ବହୁତ ଚର୍ଚ୍ଚାରେ ରୁହନ୍ତି । ଇଲିୟାନା ଗତ କିଛି ବର୍ଷ ଧରି ଅଷ୍ଟ୍ରେଲିଆନ ଫଟୋଗ୍ରାଫର ଆଣ୍ଡ୍ରୟୂ ନିବୋନଙ୍କୁ ଡେଟ କରୁଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ବିବାହ ଖବର ମଧ୍ୟ ଆସିଥିଲା । ତାପରେ ଶୁଣିବାକୁ ମିଳିଥିଲା ଯେ ଇଲିୟାନା ଗର୍ଭବତୀ ମଧ୍ୟ ଅଛନ୍ତି । ଏବେ କିଛି ଦିନ ତଳୁ ଶୁଣିବାକୁ ମିଳିଥିଲା ଯେ ଇଲିୟାନା ଓ ଆଣ୍ଡ୍ରୟୂଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ଯାଇଛି ।
ଇଲିୟାନା ଅନେକ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଏବଂ ଫଟୋ ଶେୟାର କରନ୍ତି । ଏବେ ଇଲିୟାନାଙ୍କ ଆକାଉଣ୍ଟରେ ଆଣ୍ଡ୍ରୟୂଙ୍କ ଗୋଟେ ବି ଫଟୋ ନାହିଁ, ଇଲିୟାନା ଆଣ୍ଡ୍ରୟୂଙ୍କ ସବୁ ଫଟୋ ଡ଼ିଲିଟ କରିଦେଇଛନ୍ତି ।
ଏବେ କିଛି ଦିନ ପୂର୍ବରୁ ଇଲିୟାନାଙ୍କୁ ବାନ୍ଦ୍ରାର ରାସ୍ତା ଉପରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଇଲିୟାନା ବ୍ରେକପର ୩ ମାସ ପରେ ବାହାରକୁ ବାହାରିଥିବାର ଶୁଣିବାକୁ ମିଳିଥିଲା ।