ମନୋରଞ୍ଜନ

ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଛାଡ଼ପତ୍ର ଗୁଜବ : ପତି ପତ୍ନୀଙ୍କୁ ସ୍ୱତନ୍ତ୍ର ପରାମର୍ଶ ଦେଲେ ଅମିତାଭ ବଚ୍ଚନ

ମୁମ୍ୱାଇ – କୌନ ବନେଗା କରୋଡପତି -୧୬(କେବିସି)ର ଆରମ୍ଭ ୧୨ ଅଗଷ୍ଟରେ ହୋଇ ସାରିଛି। ସୋନି ଟିଭି ଓ ସୋନି ଲାଇଭ୍ ଆପ୍ରେ ଆସିବାକୁ ଥିବା କେବିସି-୧୬ ଲୋକଙ୍କ ହୃଦୟକୁ ଜିତିଛି। ଏହି କ୍ୱିଜ୍ ଶୋ’ କୁ ବହୁ ଦିନରୁ ଅମିତାଭ ବଚ୍ଚନ ହୋଷ୍ଟ କରୁଛନ୍ତି। ଅମିତାଭ କେବିସିର ସେଟ୍ରେ କେବଳ ପ୍ରତିଯୋଗୀଙ୍କ ପ୍ରଶ୍ନର ଜବାବ ଦେଇ ନଥାନ୍ତି, ଏହାସହ ମଝିରେ ମଝିରେ ସେ କିଛି ସ୍ପେଶାଲ ଷ୍ଟୋରିଜ୍, କଥା ମଧ୍ୟ ସେୟାର କରିଥାନ୍ତି।

ଅମିତାଭ ବଚ୍ଚନଙ୍କ ଆକ୍ଟର ପୁଅ –ବୋହୂ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କୁ ନେଇ ଚାଲିଥିବା ଛାଡ଼ପତ୍ର ସହ ଜଡ଼ିତ ଗୁଜବ ମଧ୍ୟରେ ବିଗ୍ ବି କେବିସିର ସେଟ୍ରେ ପ୍ରେମ ସଂପର୍କିତ ପରାମର୍ଶ ଦେଇଛନ୍ତି।

କେବିସି-୧୬ ରେ ହଟ୍ ସିଟ୍ରେ ପ୍ରତିଯୋଗୀ ଭାବେ ଥିଲେ ଦୀପାଲି ସୋନି, ଏହାପରେ ଅମିତାଭ ତାଙ୍କ ପତିଙ୍କୁ ତାଙ୍କର ଲଭ୍ ଷ୍ଟୋରୀ ବିଷୟରେ ପ୍ରଶ୍ନ କରିଥିଲେ। ଦୀପାଲିଙ୍କ ସ୍ୱାମୀ କହିଥିଲେ ଯେ, ଉଭୟଙ୍କର ପ୍ରଥମ ସାକ୍ଷାତ୍ ଆରେଞ୍ଜ ମ୍ୟାରେଜ୍ର ସେଟ୍ ଅପ୍ରେ ହୋଇଥିଲା। ତାଙ୍କର ଫ୍ୟାମିଲି ଆମର ଘରକୁ ଆସିଥିଲେ। ମୁଁ ତାଙ୍କୁ ଆସିବାର ପ୍ରଥମ ଥର ଦେଖି ଥିଲି ଏବଂ ପ୍ରଥମ ନଜରରେ ଆମର ପ୍ରେମ ହୋଇଥିଲା। ଦୁହିଁଙ୍କୁ ଏବେ ବି ପ୍ରଥମ ଦିନ ପରି ଅନୁଭବ ହେଉଛି।

ଅନ୍ୟପଟେ ଦୀପାଲି ମଧ୍ୟ ସ୍ୱାମୀଙ୍କ କଥାରେ ସହମତି ପ୍ରକାଶ କରି ହଁ କହି ଥିଲେ , ଏବେ ବି ଆମକୁ ଲାଗେ କି ଏହା ଆମର ପ୍ରଥମ ଦିନ। ୨୫ ବର୍ଷ ହୋଇଗଲା , କିନ୍ତୁ ତଥାପି ବି ପ୍ରଥମ ଦିନ ଭଳି ଲାଗୁଛି। ଦୀପାଲିଙ୍କ ସ୍ୱାମୀ ଏହା ମଧ୍ୟ କହିଥିଲେ ଯେ , ଆମେ ବହୁତ ବୁଲାବୁଲି କରୁ ଏବଂ ଯେଉଁଠିକି ବି ଯାଉ , ଖୁବ୍ ଭିଡ଼ିଓ ନିଶ୍ଚୟ କରୁ। ଆମେ ନିଜକୁ ହିଁ ହିରୋ ଓ ହିରୋଇନ ଭାବୁ। ଏହାପରେ ବିଗ୍ ବି ତାଙ୍କୁ ତାଙ୍କର ଡ୍ୟାନ୍ସ ରିଲ୍ ମଧ୍ୟ ଦେଖାନ୍ତି।

ଅମିତାଭ ବଚ୍ଚନ ପରାମର୍ଶ ଦେଇ କହିଛନ୍ତି , ଆପଣ ବହୁତ ଭଲ ଆଇଡିଆ ଦେଇଛନ୍ତି ପତି-ପତ୍ନୀଙ୍କୁ। ବିଗ୍ ବି କହିଛନ୍ତି , ଆପଣମାନେ ଯେତେ ଯେତେ ସବୁ ପତି ପତ୍ନୀ ଅଛନ୍ତି, ଯେଉଁଠିକୁ ବି ଯାଉଛ ଏକ ରିଲ୍ କରି ଦିଅ । ଦୀପାଲୀ କହିଲେ , କିଛି ନୂଆ ଚେଷ୍ଟା କର , ଭଲ ପାଇବା ବଢିବ।

କହି ରଖୁଛୁ କି , ଦୀର୍ଘ ଦିନରୁ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିବା କୁହାଯାଉଛି । ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଅଟକଳ ସମୟ ସମୟରେ ଚାଲୁ ରହିଛି ଯେ, ଅଭିଷେକ-ଐଶ୍ୱର୍ଯ୍ୟା ଏବେ ଏକାଠୁ ରହୁ ନାହାନ୍ତି ଏବଂ ଅନେକ ଥର କିଛି ଇଭେଣ୍ଟରେ ଏକାଠି ନଜର ବି ଆସି ନାହାନ୍ତି। ହେଲେ ଏହା ଉପରେ ଉଭୟ ଷ୍ଟାରଙ୍କ ପକ୍ଷରୁ କେହି କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button