ରାଜ୍ୟ

ନୀଳଗିରିରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଉପଜିଲ୍ଲାପାଳ

ନୀଳଗିରି, ୧୫/୮ : ବାଲେଶ୍ଵର ଜିଲ୍ଲା ନୀଳଗିରି ଷ୍ଟାଡିଅମ ପରିସରରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଭୋର ରାମଧୁମ ପରେ ସକାଳେ ପ୍ରଭାତ ଫେରି ହୋଇଥିଲ। ୭.୩୦ ମିନିଟରେ ସରକାରୀ ଓ ବେସରକାରୀ ସ୍ତରରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା। ଷ୍ଟାଡିଅମ ପରିସରରେ ୯.୧୫ ମିନିଟରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ ହୋଇଥିଲା।

ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଜାତୀୟ ସଙ୍ଗୀତ ଗାନ ପରେ ମୁଖ୍ୟଅତିଥି ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଥିଲେ। ପରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରେଡ ପରିବେଷଣ କରାଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ଉପଖଣ୍ଡ ହସ୍ପିଟାଲ ଓ କାରାଗାରରେ ଥିବା ଆନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button