ଅଧିକ ଓଜନ ବଢିବା ଯୋଗୁ ରହିଥାଏ କି କିଡୀନ ଷ୍ଟୋନ୍ର ବିପଦ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆଜିକାଲି ସବୁ ଠାରୁ ବଡ଼ ସମସ୍ୟା ହେଉଛି ଓଜନ ବଢିବା । ଏହି କାରଣରୁ ସମସ୍ତ ଲୋକ ଅନେକ ସମସ୍ୟାର ସମ୍ମଖୀନ ହେଉଛନ୍ତି । ତେବେ ଆପଣ ଜାଣିଛନ୍ତି କି ଓଜନ ବଢିବା ଯୋଗୁ ଆପଣଙ୍କ କିଡନୀ ମଧ୍ୟ ପ୍ରଭାବିତ ହୋଇପାରେ । କିନ୍ତୁ ଯଦି ଆପଣ ନିଜକୁ ଏପରି ପରିସ୍ଥିତିରେ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ତାହେଲେ ନିଜ ପ୍ରତିଦିନ ଲାଇଫ୍ ଷ୍ଟାଇଲ୍କୁ ପରିବର୍ତ୍ତନ କରନ୍ତୁ ।
ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି, ଯେ ଓଜନ ବଢିବା ସହିତ କିଡୀନରେ ଷ୍ଟୋନ୍ ହେବାର କ’ଣ ସମ୍ପର୍କ ରହିଛି । ତାହେଲେ ଆସନ୍ତୁ ଏହି ବିଷୟରେ ବିଶେଷ ଭାବେ ଜାଣିବା ଯେ ଏପରି ହେବାର କାରଣ କ’ଣ ରହିଛି ।
ଓଜନ ବଢିବା ଏବଂ କିଡନୀ ଷ୍ଟୋନ୍ ହେବା ମଧ୍ୟରେ କ’ଣ ସମ୍ପର୍କ ?
ସୂଚନା ଅନୁଯାୟୀ, ଯେତେବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଓଜନ ବଢିବା ଏବଂ କିଡନୀ ଷ୍ଟୋନ୍ ମଧ୍ୟରେ ସମ୍ପର୍କ ବିଷୟରେ ପଚରାଗଲା, ସେ କହିଥିଲେ ମୋଟା ହେବା ଯୋଗୁ କିଡନୀରେ ଷ୍ଟୋନ୍ ହେବାର ବିପଦ ଅଧିକ ବଢିଯାଏ । ତେବେ ଅଧିକ ଓଜନ ବଢିବା ଯୋଗୁ କିଡୀନରେ ଷ୍ଟୋନ୍ ହେବାର ଆଶଂଙ୍କା ରହିପାରେ । ସେଥିପାଇଁ ଏଭଳି ପରିସ୍ଥିତିରେ ଆପଣ ନିଜ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଉଚିତ ।
ଖାଦ୍ୟର ବିଶେଷ ଯତ୍ନ ନିଅନ୍ତୁ :
ଅତ୍ୟଧିକ ଲୁଣ, ବାହାର ଖାଦ୍ୟ, ପ୍ୟାକେଟ୍ ଖାଦ୍ୟ, ଜଙ୍କ ଫୁଡ୍, ଅତ୍ୟଧିକ ରେଡ୍ ମିଟ୍ ଏବଂ କମ୍ ପାଣି ପିଇବା ଭଳି ଭୁଲ ଖାଇବା ଅଭ୍ୟାସ ଯୋଗୁଁ କିଡନୀ ଷ୍ଟୋନ୍ ହୋଇପାରେ । ତାଜା ପନିପରିବା ଏବଂ ଫଳ ଖାଇବା ଦ୍ୱାରା କିଡନୀ ଷ୍ଟୋନ୍ ନିୟନ୍ତ୍ରଣ କରାଯାଇପାରିବ । ତେଣୁ ଯେକୌଣସି ବ୍ୟକ୍ତି ହୁଅନ୍ତୁ ତାଙ୍କ ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ୍ । ଶରୀର ଅନୁଯାୟୀ ଜଣେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ । ଏହି ସବୁ କାମ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
କିଡନୀ ଷ୍ଟୋନ୍ ଚିକିତ୍ସା ପାଇଁ ଉପାୟ :
ମେଦବହୁଳତା ଏବଂ କିଡନୀ ଷ୍ଟୋନର ବାରମ୍ବାର ପୀଡ଼ିତ ହେଉଥିବା ରୋଗୀମାନଙ୍କ ପାଇଁ ସଠିକ୍ ଡାଏଟ୍ ପ୍ଲାନ୍ କରିବା ଉଚିତ । ଏଥିପାଇଁ ଆପଣ ଜଣେ ଭଲ ଡାଏଟିସିଆନ୍ଙ୍କ ସହାୟକ ନେଇପାରିବେ । ଅଧିକାଂଶ ଲୋକ ଶାରୀରିକ କାର୍ଯ୍ୟକଳାପ କରନ୍ତି ନାହିଁ । ଯେଉଁ କାରଣରୁ ମେଦବହୁଳତା ଦ୍ରୁତ ଗତିରେ ବଢିବାରେ ଲାଗେ । ତେଣୁ ନିୟମିତ ବ୍ୟାୟାମ କରିବା ଅତ୍ୟନ୍ତ ଜରୁରୀ । ଅତ୍ୟଧିକ ଓଜନ ବୃଦ୍ଧି ଅନେକ ରୋଗର କାରଣ ହୋଇପାରେ । ଏହା କିଡନୀ ଷ୍ଟୋନ୍ର ଆଶଙ୍କା ମଧ୍ୟ ବଢିପାରେ ।
ତେବେ କିଡୀନରେ ହୋଇଥିବା ଛୋଟ ଷ୍ଟୋନ୍ଗୁଡିକ ନିଜେ ନିଜେ ଠିକ୍ ହୋଇଯାଏ । ଏଥିପାଇଁ ଯଦି ଖାଦ୍ୟ ସଠିକ୍ ହୁଏ, ତେବେ ସେଗୁଡ଼ିକ ପୁଣି ହୁଏ ନାହିଁ । କିନ୍ତୁ ଯଦି ସେହି ଛୋଟ ଷ୍ଟୋନ୍ର ସଠିକ୍ ଭାବେ ଧ୍ୟାନ ନିଆନଯାଏ, ତେବେ ଏହା ବଡ଼ ଆକାରର କିଡନୀ ଷ୍ଟୋନ୍ ହୋଇପାରେ । ଯାହା ଆପଣଙ୍କ ପାଇଁ ଅଧିକ ବିପଜ୍ଜନକ ହୋଇପାରେ । ତା’ପରେ ଏହାକୁ କେବଳ ଅପରେସନ୍ ଦ୍ୱାରା ଭଲ କରାଯାଇପାରିବ । ତଥାପି ଏହି ଚିକିତ୍ସା ସେତେଟା ପ୍ରଭାବଶାଳୀ ନୁହେଁ । ବାରମ୍ବାର କିଡନୀ ଷ୍ଟୋନ୍ର ରୋଗୀମାନେ ବିଶେଷ ଚିକିତ୍ସା ଆବଶ୍ୟକ କରନ୍ତି । ସେଥିପାଇଁ ଆପଣ ନିଜ ଖାଇବା ଅଭ୍ୟାସ ଠିକ୍ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ




