ଦେଶ- ବିଦେଶ

ବରିଷ୍ଠ IAS ଅଫିସର ଗୋବିନ୍ଦ ମୋହନ ହେଲେ ନୂଆ ହୋମ ସେକ୍ରେଟାରୀ, ଅଜୟ ଭଲ୍ଲାଙ୍କ ସ୍ଥାନ ନେବେ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଗୋବିନ୍ଦ ମୋହନଙ୍କୁ ବୁଧବାର କେନ୍ଦ୍ର ଗୃହ ସଚିବ ନିଯୁକ୍ତ କରିଛନ୍ତି। କର୍ମଚାରୀ ଓ ତାଲିମ ବିଭାଗ (ଡିଓପିଟି) ଏ ନେଇ ଏକ ସର୍କୁଲାରରେ ସୂଚନା ଦେଇଛନ୍ତି। ଅଗଷ୍ଟ ୨୨ ତାରିଖ ଦିନ ଗୋବିନ୍ଦ ମୋହନ ଏବେକା ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିବେ।

ଗୋବିନ୍ଦ ମୋହନ ଏବେ ସଂସ୍କୃତି ମନ୍ତ୍ରାଳୟ ସଚିବ ଅବସ୍ଥାପିତ ଅଛନ୍ତି। ଅଗଷ୍ଟ ୨୨ ତାରିଖରେ ଭଲ୍ଲାଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି।

ସର୍କୁଲାରରେ କୁହାଯାଇଛି ଯେ କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ସଂସ୍କୃତି ମନ୍ତ୍ରାଳୟ ସଚିବ ଗୋବିନ୍ଦ ମୋହନଙ୍କୁ ତତ୍କାଳ ପ୍ରଭାବରେ ଗୃହମନ୍ତ୍ରାଳୟରେ ବିଶେଷ କାର୍ଯ୍ୟ ଅଧିକାରୀ (ଓଏସଡି) ରୂପେ ନିଯୁକ୍ତ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଅଜୟ କୁମାର ଭଲ୍ଲା ଅଗଷ୍ଟ ୨୦୧୯ରେ କେନ୍ଦ୍ର ଗୃହ ସଚିବ ନିଯୁକ୍ତ ହୋଇଥିଲେ। ସେ ୫ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହିଛନ୍ତି।

ଜାଣନ୍ତୁ ଗୋବିନ୍ଦ ମୋହନ କିଏ?
ଗୋବିନ୍ଦ ମୋହନ ଆସାମ-ମେଘାଲୟ କ୍ୟାଡରର ୧୯୮୪ ବ୍ୟାଚ୍ ଆଇଏଏସ ଅଫିସର। ସେ ବିଏଚୟୁ-ଆଇଆଇଟି ବାରଣାସୀରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ କେନ୍ଦ୍ର ଗୃହମନ୍ତ୍ରାଳୟରେ ୨ଟି କାର୍ଯ୍ୟକାଳ ନିମନ୍ତେ କାମ କରିଛନ୍ତି। ଗୋବିନ୍ଦ ମୋହନ ‘ହରଘର ତିରଙ୍ଗା’ ଅଭିଯାନକୁ କୋ-ଅର୍ଡିନେଟ କରୁଥିଲେ। ଆସନ୍ତା ମାସରେ ସେ ୫୯ ବର୍ଷ ବୟସରେ ପଦାର୍ପଣ କରିବେ। ମୋହନ ଲକ୍ଷ୍ନୌର ସେଣ୍ଟ ଫ୍ରାନସିସ୍ କଲେଜରୁ ୧୯୮୨ ମସିହାରେ ଦ୍ୱାଦଶ ପରୀକ୍ଷା ପାସ କରିଥିଲେ। ଏହା ପରେ ସେ ୧୯୮୨ରୁ ୧୯୮୬ ପର୍ଯ୍ୟନ୍ତ ଆଇଆଇଟି ବିଏଚୟୁରେ ଇଞ୍ଜିନିୟରିଂ ପଢିଥିଲେ। ୧୯୮୬ରୁ ୧୯୮୮ ମସିହା ପର୍ଯ୍ୟନ୍ତ ସେ ଆଇଆଇଏମ ଅହମଦାବାଦରେ ମ୍ୟାନେଜମେଣ୍ଟରେ ପିଜି ଡିପ୍ଲୋମା କରିଥିଲେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button