ଚୋରା ଚାଲାଣ ବେଳେ ଏୟାରପୋର୍ଟରୁ ଜବତ ହେଲା ୧୨ iPhone 16 Pro Max

ନିକଟରେ ଲଞ୍ଚ ହୋଇଥିବା iPhone 16 Pro Maxର ଚୋର ଚାଲାଣ ଆରମ୍ଭ ହୋଇଯାଇଛି। ଚୋରା ଚାଲାଣ ବେଳେ ଏୟାରପୋର୍ଟରୁ ଜବତ ହୋଇଛି ୧୨ଟି iPhone 16 Pro Max ମୋବାଇଲ।
୪ ଜଣ ଯୁବକ ଏହାକୁ ବିମାନ ଯୋଗେ ଦୁବାଇରୁ ଭାରତକୁ ଆଣିଥିଲେ। ତେବେ ସେମାନେ ଏୟାରପୋର୍ଟ ବାହାରକୁ ଯିବା ପୂର୍ବରୁ କଷ୍ଟମ ବିଭାଗ ସେମାନଙ୍କୁ ମାଡ଼ି ବସିଛି।
ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂରା ଘଟଣା ଘଟିଥିଲା।
ଦୁବାଇରୁ ଇଣ୍ଡିଗୋ ବିମାନରେ ୪ ଜଣ ଯୁବକ ଏଠାକୁ ଆସିଥିଲେ। ସେମାନେ iPhone 16 Pro Maxର ଚୋରା ଚାଲାଣ କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା।
ଏହି ସୂଚନା ଆଧାରରେ ସେମାନଙ୍କ ଯାଞ୍ଚ କରାଯାଇଥିଲା। ଏହି ସମୟରେ ସେମାନଙ୍କ ପାଖରକୁ ଟିସ୍ୟୁ ପେପରରେ ଘୋଡ଼ା ଯାଇଥିବା ୧୨ଟି ନୂଆ iPhone 16 Pro Max ମୋବାଇଲ ମିଳିଥିଲା। ସେମାନେ ଏହି ମୋବାଇଲ ଗୁଡ଼ିକୁ ଦୁବାଇରୁ ଭାରତ ଆଣିଥିଲେ।
iPhone 16 Pro Max ହେଉଛି ଆପଲ କମ୍ପାନୀର ସବୁଠାରୁ ଦାମୀ ମୋବାଇଲ। ଗତ ମାସରେ ସମଗ୍ର ବିଶ୍ୱରେ ଏହାର ଲଞ୍ଚ ହୋଇଥିଲା। ଏହାର ଦାମ, ୧,୪୪,୯୦୦ ଟଙ୍କା ରହିଛି।