ରାଜ୍ୟ

ଘର ଭାଙ୍ଗି ମାଟିରେ ମିଶାଇଲା ଦନ୍ତାହାତୀ, ମା ସହ ୮ବର୍ଷର ପୁଅ ମୃତ

ଣାଇ,୧୪/୦୮: ଘରେ ଶୋଇଥିଲେ ମା ସହ ୪ ସନ୍ତାନ । ଉତ୍ପାତିଆ ଦନ୍ତା ଭାଙ୍ଗିଦେଲା ଘର । କାନ୍ଥ ତଳେ ଚାପି ହୋଇ ମା ସହ ୮ ବର୍ଷର ପୁଅ ମୃତ । ଏଥି ସହିତ ୩ ଶିଶୁକନ୍ୟା ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ମା ସୁକାନ୍ତି ଭକ୍ତା ଓ ଆଠ ବର୍ଷୀୟ ପୁଅ ସୁଖନାଥ ଭକ୍ତା । ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ବାଲିଝୁଡ଼ି ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଜଙ୍ଗଲ ଛାଡି ଜନବସତି ଅଡକୁ ମୁହାଁଉଛନ୍ତି ହାତୀ । ଫଳରେ ବାଲିଝୁଡ଼ି ଗାଁରେ ହାତୀଙ୍କର ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ମଙ୍ଗଳବାର ବାଲିଝୁଡ଼ି ଗାଁର ଏକ ଘରେ ମା ସହ ୪ ସନ୍ତାନ ଶୋଇଥିଲେ । ଏହି ସମୟରେ ଏକ ଦନ୍ତା ହାତୀ ଘରଟିକୁ ଭାଙ୍ଗି ଦେଇଥିଲା । ଫଳରେ ଘରର କାନ୍ଥ ତଳେ ଚାପି ହୋଇ ମା ସହିତ ଆଠ ବର୍ଷ ପୁଅର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ୩ ଶିଶୁକନ୍ୟା ଗୁରୁତର ହୋଇଛନ୍ତି । ଗୁରୁତର ତିନି ଶିଶୁକନ୍ୟାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଇଛନ୍ତି ସ୍ଥାନୀୟଲୋକେ । ମୃତ ମା ଜଣକ ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି । ଘରଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶାଇ ଦେଇଛି ଦନ୍ତାହାତୀ ।

Related Articles

Leave a Reply

Your email address will not be published. Required fields are marked *

Back to top button