ଶୀଘ୍ର ବଡ ହେବେ ବୋଲି ଏହି ଅଭିନେତ୍ରୀ ନେଉଥିଲେ ଇଞ୍ଜେକସନ୍ :

ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ନିଜର ବୟସ ଅନୁପାତରେ ବଡ ଦେଖା ଯିବା ପାଇଁ ଇଞ୍ଜେକସନ୍ ନେଉଥିଲେ । କଣ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନାଁ । କିନ୍ତୁ ଏହା ସତ ଅଟେ । ୧୬ ବର୍ଷ ବୟସରେ ବି କେମିତ ଗୋଟେ ୨୫ ବର୍ଷ ବୟସ ତରୁଣୀ ଦେଖା ଯିବେ ସେଥିପାଇଁ ସେ ନେଉଥିଲେ ଇଞ୍ଜେକସନ୍ । ତେବେ ଆମେ ଯାହା ବିଷୟରେ କଥା ହେଉଛେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ହଂସିକା ମୋଟଓ୍ବାନି ।
ହଂସିକା ମୋଟଓ୍ବାନିଙ୍କୁ କିଏ ବା ନ ଜାଣେ । ସେ ଶିଶୁ କଳାକାର ଥୁ ନେଇ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ବହୁତ କାମ କରିଛନ୍ତି ।
ସେହି ସମୟରେ ସମସ୍ତଙ୍କର ଏହି ଗୋଟେ କଥା ମୁଣ୍ଡରେ ଥିଲା କି ଏହା କିପରି ସମ୍ଭବ । ଗୋଟେ ୧୬ ବର୍ଷ ବଯସର ଝିଅ ଏତେ ଶୀଘ୍ର ଏ ବଯସରେ ଏମିତି କେମିତି ଦେଖା ଯାଉଛି । ଯେମିତି ଗୋଟେ ୨୨ କି ୨୫ ବର୍ଷର ଝିଅ ଭଳି । ତେବେ ଆପଣଙ୍କ ଜାଣିବା ପାଇଁ ଆମେ କହିଦେଉଛୁ କି ଏଠି ପାଇଁ ସେ ହର୍ମୋନାଲ ଇଞ୍ଜେକ୍ସନ ନେଉଥିଲେ । ସୂଚନା ଅନୁସାରେ ହଂସିକାଙ୍କ ମାଆଙ୍କର ଜଣେ ଡାକ୍ତର ତାଙ୍କୁ ଶୀଘ୍ର ତରୁଣୀ ହେବା ପାଇଁ ହର୍ମୋନାଲ ଇଞ୍ଜେକ୍ସନ ଦେଇଥିଲେ । ଏଥିପାଇଁ ସେ ୧୬ ବର୍ଷର କିଶୋରାବସ୍ଥାରେ ମଧ୍ୟ ୨୧ ବର୍ଷର ତରୁଣୀ ଭଳି ଦେଖାଯାଉଥିଲେ ।