ଦେଶ- ବିଦେଶ

ମନୁ ଭାକରଙ୍କୁ ବିବାହ କରିବେ ନୀରଜ ଚୋପ୍ରା !

ନୂଆଦିଲ୍ଲୀ: ମନୁ ଭାକରଙ୍କୁ ବିବାହ କରିବେ ନୀରଜ ଚୋପ୍ରା। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଶେଷ ସନ୍ଧ୍ୟାରେ ପିସ୍ତଲ ସୁଟର ମନୁ ଭାକର ଏବଂ ଭାରତର ଲୋକପ୍ରିୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ସାଥିରେ ଦେଖିବା ପରେ ଆରମ୍ଭ ହୋଇଛି ଏଭଳି ଚର୍ଚ୍ଚା। ନୀରଜ ଉଭୟ ମନୁ ଓ ତାଙ୍କ ସହ ହସି ହସି କଥା ହେଉଥିବା ବେଳେ ୩ଜଣ ପ୍ୟାରିସ୍ ଅଲିମ୍ପିକ୍ସର ଶେଷ ସନ୍ଧ୍ୟାକୁ ଉପଭୋଗ କରିଥିଲେ।

ଏହି ସମୟର ଭିଡିଓ ସାମ୍ନାକୁ ଆସିବା ପରେ ଦୁହେଁ ଖୁବଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏମଧ୍ୟରେ ମନୁଙ୍କ ବାପା ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ‌ଯେ, “ମନୁ ଏବେ ବହୁତ ଛୋଟ ଅଛନ୍ତି। ତାଙ୍କର ବିବ‌ାହ କରିବାର ବୟସ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ଆମେ ଏ ବିଷୟରେ ଚିନ୍ତା କରୁନାହୁଁ।” ତେବେ ସେ ବିବାହ ଖବରକୁ ଖାରଜ କରିଥିଲେ ବି ନୀରଜଙ୍କ ସହ ମନୁଙ୍କ ସମ୍ପର୍କ ବିଷୟରେ କିଛି କହିନଥିବାରୁ ଦୁହିଁଙ୍କ ମଧ୍ୟରେ ନିଶ୍ଚିତ ଭାବରେ ପ୍ରେମ ସମ୍ପର୍କ ଥିବା କଥା ଲୋକେ କହିବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ନୀରଜଙ୍କ ଦାଦା କହିଛନ୍ତି ଯେ, ନୀରଜ ପଦକ ଆଣିଲେ ଯେମିତି ସାରା ଦେଶବାସୀ ଜାଣନ୍ତି, ସେଭଳି ସେ ବିବାହ କଲେ ମଧ୍ୟ ସାରା ଦେଶବାସୀ ଜାଣିଯିବେ।

ତେବେ ପ୍ୟାରିସ୍ ଗେମ୍ସରେ ଉଭୟ ମନୁ ଏବଂ ନୀରଜଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା। ଯଦିଓ ଉଭୟ ଅନୁଭବ କରୁଛନ୍ତି ଯେ ସେମାନେ ନିଜ ନିଜ ପ୍ରଦର୍ଶନ ଆହୁରି ଭଲ କରିପାରିଥାନ୍ତେ, ତଥାପି ସେମାନେ ଭାରତକୁ ଗୌରବ ଆଣିବାରେ ସଫଳ ହୋଇଛନ୍ତି। ମନୁ ପିସ୍ତଲ ସୁଟିଂରେ ୨ଟି କାଂସ୍ୟ ପଦକ ଜିତିଥିବାବେଳେ ନୀରଜ ରୌପ୍ୟ ପଦକ ଜିତିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button