ରାଜ୍ୟ

ବିଭିନ୍ନ ଆଳୁ ଦୋକାନରେ ଚଢ଼ାଉ, କିଲୋ ପ୍ରତି ୩୮ ଟଙ୍କା ମଧ୍ୟରେ ରଖିବାକୁ ତାଗିଦ.

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଆଳୁ ଦୋକାନରେ ଚଢ଼ାଉ। ଯୋଗାଣ ବିଭାଗ ଅଧିକାରୀ ମାନେ ଏକ ନମ୍ବର ମାର୍କେଟର ବିଭିନ୍ନ ଆଳୁ ଦୋକାନ ତଦାରଖ କରୁଛନ୍ତି। ଆଳୁ କିଲୋ ପ୍ରତି ୩୮ ଟଙ୍କା ମଧ୍ୟରେ ରଖିବାକୁ ତାଗିଦ। ଏହି ରେଟ ଠାରୁ ଅଧିକ ଦରରେ ଆଳୁ ବିକ୍ରି ହେଉଛି। ଅଧିକ ଦରରେ ଆଳୁ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ତାଗିଦ କରିବା ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗାଣ ବିଭାଗ ଅଧିକାରୀ ଆରମ୍ଭ କଲେ ପ୍ରକ୍ରିୟା।

କିନ୍ତୁ ସାଧାରଣ ଗ୍ରାହକଙ୍କ ଅଭିଯୋଗ ଚଢ଼ାଉ ସମୟରେ ଆଳୁ ରେଟ କମୁଛି , ଅଧିକାରୀ ମାନେ ଯିବା ପରେ ଆଳୁ ରେଟ ବଢୁଛି। ଦୋକାନୀଙ୍କ ବୋର୍ଡ଼ରେ ମଧ୍ୟ ଆଳୁ ରେଟ ବଦଲାଯାଉଥିବା ଅଭିଯୋଗ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button