ରାଜ୍ୟ

ବାହ୍ୟ ଜଗତରୁ ବିଛିନ୍ନ ଚିତ୍ରକୋଣ୍ଡା ବ୍ଲକ

ଚିତ୍ରକୋଣ୍ଡା: ଗତ ଦୁଇ ଦିନ ଧରି ଚିତ୍ରକୋଣ୍ଡା ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ଚିତ୍ରକୋଣ୍ଡାର ସ୍ଥିତି ବେହାଲ। ଚିତ୍ରକୋଣ୍ଡା ବ୍ଲକ ସହ ସମସ୍ତ ଦିଗରୁ ଯୋଗା ଯୋଗ ବିଛିନ୍ନ। ଗୋଟିଏ ଦିନରେ ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ୨୦୦ ମିମି଼ ଅଧିକ ବର୍ଷା ହୋଇଛି। ଚିତ୍ରକୋଣ୍ଡାରୁ ପ‌ଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ସେହିପରି ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ପାହାଡରୁ ମାଟି ଅତଡ଼ା ଖସି ପଡ଼ିବାରୁ ଯାତାୟତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି।

ସେହିପରି ନାକମାମୁଡ଼ି ଡାଇକ – ୩ ମୁଖ୍ୟ ରାସ୍ତାର ନାକମାମୁଡି ନିକଟରେ ରାସ୍ତା ଉପରେ ପାଣି ଚାଲୁଥିବା କାରଣରୁ ସେହି ରାସ୍ତାରେ ମଧ୍ୟ ଯୋଗା ଯୋଗ ବନ୍ଦ ରହିଛି। ଲଗାଣ ବର୍ଷାରେ ଭାଙ୍ଗିଲା ପିଲିଗଡ଼ା ବ୍ରିଜ ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ପିଲିଗଡା ଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଗତକାଲି ରାତିରୁ ବ୍ରିଜ ଉପରେ ପାଞ୍ଚ ଫୁଟ ଉଚ୍ଚର ପାଣି ଚାଲିବା ଫଳରେ ବ୍ରିଜର ଗୋଟିଏ ପାର୍ଶ୍ଵ ଭାଙ୍ଗି ଯାଇଛି। ପ୍ରବଳ ପାଣି ଆସିବା ଫଳରେ ପ୍ରାୟ ଦୁଇଶହ ମିଟର ରାସ୍ତା ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଛି। ପାର୍ଶ୍ୱରେ ନୂତନ ବ୍ରିଜ ନିର୍ମାଣ କରୁଥିବା ଠିକା ସଂସ୍ତାର ଏକ ଜେସିବି, ରୋଡ଼ ରୋଲର ଭାସି ଯାଇଥିବା ଠିକା ସଂସ୍ଥାର କର୍ମଚାରୀ ପ୍ରକାଶ କରିଛନ୍ତି। ଗତ କାଲି ରାତିରେ ପ୍ରବଳ ବର୍ଷା କାରଣରୁ ଚିତ୍ରକୋଣ୍ଡା ସଦର ମହକୁମାର ଲୋକଙ୍କ ଘରେ ବର୍ଷା ପାଣି ପଡ଼ିବାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚିତ୍ରକୋଣ୍ଡା ବ୍ଲକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ରହିଛି। ତୁରନ୍ତ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ରାସ୍ତାରୁ ଅବରୋଧ ହଟାଇବାକୁ ଚିତ୍ରକୋଣ୍ଡା ଅଞ୍ଚଳବାସୀ ଦାବୀ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button