ରାଜ୍ୟ

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର,୨୧।୮ : ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ବିଜେପି ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନରେ ୧୦ ଜଣ ବିଜେପି ବିଧାୟକ ପ୍ରସ୍ତାବକ ରହିଛନ୍ତି।

ଗୋଟିଏ ସେଟ ନାମାଙ୍କନ ପତ୍ର ଜଗନ୍ନାଥ ପ୍ରଧାନ ଦାଖଲ କରିଛନ୍ତି । ପ୍ରଥମ ପ୍ରସ୍ତାବକ ଭାବେ ଅଗସ୍ତି ବେହେରା ରହିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ରହିଛନ୍ତି।

ସ୍ବାଧୀନ ପ୍ରାର୍ଥୀ ଭାବେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଜଗନ୍ନାଥ ଚଳିତ ନିର୍ବାଚନରେ ମଧ୍ୟ ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ।

ଅନ୍ୟପକ୍ଷରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହନ୍ତ ନାମାଙ୍କନ ଦାଖଲ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମମତା ନାମାଙ୍କନ ଦାଖଲ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button