ଖେଳ ଖବର

ଭାରତ ପାଇଁ ତିନି ଫର୍ମାଟ୍ ଖେଳିବାକୁ ଚାହାନ୍ତି ସୂର୍ଯ୍ୟକୁମାର ଯାଦବ, ନିଜକୁ କରୁଛନ୍ତି ପ୍ରସ୍ତୁତ

ନୂଆଦିଲ୍ଲୀ: କ୍ରିକେଟର ତିନି ଫର୍ମାଟ୍ ଖେଳିବାକୁ ଚାହାନ୍ତି ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ସୂର୍ଯ୍ୟକୁମାର ଟି-୨୦ ଫର୍ମାଟ୍ର ଜଣେ ବିଶେଷଜ୍ଞ ବ୍ୟାଟର। ନିକଟରେ ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ରେ ଭାରତୀୟ ଦଳର ନେତୃତ୍ଵ ନେଇଥିଲେ। ଟି-୨୦ ବିଶ୍ଵକପ୍ ଚାମ୍ପିଅନ ହେବା ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଗୌତମ ଗମ୍ଭୀର ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି। ସେ ଦଳର କୋଚ୍ ଦାୟିତ୍ଵସମ୍ଭାଳିବା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଅଧିନାୟକ ନିଯୁକ୍ତ କରାଯାଇଥିଲା। ଏହି କ୍ରମରେ ଏକ ବଡ଼ ବୟାନ ଦେଇଛନ୍ତି ସୂର୍ଯ୍ୟ।

ସୂର୍ଯ୍ୟ ଟାଇମ୍ସ ଅଫ ଇଣ୍ଡିଆ ସହ ଆଲୋଚନା ବେଳେ ସୂର୍ଯ୍ୟ କହିଛନ୍ତି, ମୁଁ ଭାରତ ପାଇଁ ତିନି ଫର୍ମାଟ୍ରେ ଖେଳିବାକୁ ଚାହୁଁଛି। ବୁଚି ବାବୁ ଟୁର୍ଣ୍ଣାମେଣ୍ଟ ଖେଳିଲେ ମୋତେ ଏହି ସିଜିନରେ ଲାଲ ବଲରେ ଖେଳିବା ପାଇଁ ଭଲ ଅଭ୍ୟାସ ମିଳିବ। ସୂର୍ଯ୍ୟକୁମାର ଯାଦବ ଶେଷ ଥର ଦିନିକିଆ ମ୍ୟାଚ୍ ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଏହା ପରଠୁ ତାଙ୍କୁ ଆଉ ସୁଯୋଗ ମିଳିନି। କିନ୍ତୁ ସେ ଦିନିକିଆ ଓ ଟେଷ୍ଟରେ ମଧ୍ୟ ଭାରତୀୟ ଦଳର ପ୍ରତିନିଧିତ୍ଵ କରିବାକୁ ଚାହାନ୍ତି ସୂର୍ଯ୍ୟ।

ମୁମ୍ବାଇ କ୍ରିକେଟ୍ର ମୁଖ୍ୟ ଚୟନକର୍ତ୍ତା ସଞ୍ଜୟ ପାଟିଲ କହିଛନ୍ତି, ସୂର୍ଯ୍ୟ ମୋତେ ଫୋନ କରି ଜଣାଇଛନ୍ତି ଯେ, ସେ ବୁଚି ବାବୁ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଚାହାନ୍ତି। ଅଗଷ୍ଟ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ମ୍ୟାଚ୍ ପାଇଁ ସେ ଦଳରେ ଉପଲବ୍ଧ ରହିବେ। କେଉଁ ଦଳ ଚାହିଁବ ନାହିଁ ତାଙ୍କ ପରି ଖେଳାଳି ପ୍ରତିନିଧିତ୍ଵ କରନ୍ତୁ।

ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଛରେ ପକାଇ ଟି-୨୦ ଦଳର ଅଧିନାୟକ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ବିଶ୍ଵକପରେ ଦଳର ଉପଅଧିନାୟକ ଥିଲେ। ମାତ୍ର ଫିଟନେସ୍ ସଂପର୍କିତ ସମସ୍ୟା ପାଇଁ ହାର୍ଦ୍ଦିକ ଅଧିନାୟକତ୍ଵ ପଦ ଦୌଡ଼ରେ ସୂର୍ଯ୍ୟଙ୍କଠୁ ପଛରେ ପଡ଼ି ଯାଇଥିଲେ। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପରେ ସୂର୍ଯ୍ୟ ଦିନିକିଆ ସିରିଜ୍ରେ ଭାରତୀୟ ଦଳର ସଦସ୍ୟ ନ ଥିଲେ। ଏଥିପାଇଁ ସେ ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ପକ୍ଷରୁ ଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button