ଖେଳ ଖବର
ଭାରତ ୪-୦ରେ ପାକିସ୍ତାନକୁ ହରାଇଲା: ବିଶ୍ବ ଗ୍ରୁପ୍-୧କୁ ଗଲା – Kalinga News
[ad_1]
ଇସ୍ଲାମାବାଦ: ୬୦ ବର୍ଷ ପରେ ଭାରତୀୟ ଡେଭିସ କପ୍ ଦଳର ପାକିସ୍ତାନ ଗସ୍ତ ବିଜୟ ସହ ଶେଷ ହୋଇଛି। ଭାରତ ୪-୦ରେ ପାକିସ୍ତାନକୁ ପରାସ୍ତ କରି ବିଶ୍ବ ଗ୍ରୁପ୍-୧ରେ ପହଞ୍ଚିଛି। ଶନିବାର ଦୁଇଟି ଯାକ ଏକକ ମ୍ୟାଚ୍ ଜିତିଥିବା ଭାରତ ରବିବାର ଯୁଗଳ ସହ ପାଲଟା ଏକକ ମ୍ୟାଚ୍ ଜିତି ନେଇଥିଲା। ଯୁଗଳରେ ୟୁକି ଭାମ୍ବ୍ରି ଓ ସାକେତ ମିନେନିଙ୍କ ଯୋଡ଼ି ୬-୨, ୭-୬ ସେଟ୍ରେ ମୁଜାମିଲ ମୁର୍ତାଜା ଓ ଅକିଲ ଖାନ୍ଙ୍କୁ ପରାସ୍ତ କରିଥିଲେ। ସେହିଭଳି ଏକକରେ ଡେଭିସ କପ୍ ପଦାର୍ପଣ କରିଥିବା ନିକି କାଲିୟାନ୍ଦା ପୂନାଚା ୬-୩, ୬-୪ ସେଟ୍ରେ ମହମ୍ମଦ ସୋଏବଙ୍କୁ ହରାଇଥିଲେ। ପାକିସ୍ତାନ ବିପକ୍ଷରେ ଏହା ଭାରତ ଲଗାତାର ଅଷ୍ଟମ ଡେଭିସ କପ୍ ବିଜୟ।
[ad_2]