ରାଜ୍ୟ

‘ଓଡ଼ିଶାରୁ ମିନେରାଲସ୍ ଲୁଟ ପାଇଁ ନୂଆ ରେଳ ପ୍ରକଳ୍ପ ଘୋଷଣା ହୋଇଛି’

ନୂଆ ରେଳ ପ୍ରକଳ୍ପ ଘୋଷଣା ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ସଭାରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି। କହିଲେ, କେନ୍ଦ୍ରମନ୍ତ୍ରୀ ମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକଳ୍ପ ନେଇ ହିସାବ ଦେଉଛନ୍ତି। ଧର୍ମେନ୍ଦ୍ର କହିଲେ ୧୮ଲକ୍ଷ କୋଟି, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା କହିଲେ ୪.୮ଲକ୍ଷ କୋଟି, ମୁଖ୍ୟମନ୍ତ୍ରୀ କହିଲେ ୬ଲକ୍ଷ କୋଟି ରାଜ୍ୟକୁ ମିଳିଛି।

ରେଳ ପ୍ରକଳ୍ପ ମଧ୍ୟ ତା ମଧ୍ୟରୁ ଗୋଟିଏ।

ସେ ଆହୁରି କହିଛନ୍ତି, ରେଳବାଇ କ୍ଷେତ୍ରରେ ରାଜ୍ୟରେ ନୂଆ ପ୍ରକଳ୍ପ ଆରମ୍ଭ ହୋଇନାହିଁ। ଘୋଷଣା ହୋଇଥିବା ରେଳ ପ୍ରକଳ୍ପ ସାତ ବର୍ଷ ତଳେ ବଜେଟରେ ଘୋଷଣା ହୋଇଥିଲା। କେଉଁ ଉଦ୍ଦେଶ୍ୟରେ ନୂଆ ପ୍ରକଳ୍ପ ଘୋଷଣା କଲେ, ସେନେଇ ବି ସୂଚନା ନାହିଁ। ବଜେଟରେ ପାସ ହୋଇଥିଲେ ବି କାମ ହୋଇନାହିଁ। ଗୁଣୁପୁର -ଥେରୁବାଲି ରେଳ ପ୍ରକଳ୍ପର ସାତ ବର୍ଷ ତଳେ ବଜେଟ୍ ଆଲୋକେସନ ହୋଇଥିଲା। ସାତ ବର୍ଷର ବଜେଟ ପ୍ରସ୍ତାବକୁ ଏବେ ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି।

ସେହିପରି ଚାରୋଟି ରେଳ ଲାଇନ ମାଲପରିଵହନ ପାଇଁ କରାଯାଇଥିବା କୁହାଯାଇଛି। ଏହି ଲାଇନ ସୁଚିନ୍ତିତ ଭାବେ ନୁଆ ରେଳ ଲାଇନ ହୋଇଛି। ରତ୍ନଗର୍ଭା ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ମାଲ ନେବା ପାଇଁ ହୋଇଛି ? ମିନେରାଲସ ଲୁଟ ପାଇଁ ଏହି ନୂଆ ରେଳ ଲାଇନ ଘୋଷଣା ହୋଇଛି। ସନ୍ଦେହ ହେଉଛି ଏହାର ଉଦ୍ଦେଶ୍ୟ ଭିନ୍ନ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button