ଦେଶ- ବିଦେଶ

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ରାସ୍ତାକୁ ଓହ୍ଲାଇ ନ୍ୟାୟ ଦାବି କଲେ ମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ: କୋଲକାତାର ସରକାରୀ ଆରଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ହତ୍ୟା ଘଟଣାକୁ ମେଡିକାର କର୍ମଚାରୀ ରାସ୍ତାକୁ ଓହ୍ଲାଇଛନ୍ତି । ହତ୍ୟାରେ ସାମିଲ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପୋଲିସ କହିଛି ଯେ ଅଭିଯୁକ୍ତ ବ୍ୟକ୍ତି ହସ୍ପିଟାଲ୍ ସହ ଜଡ଼ିତ ନୁହେଁ, କିନ୍ତୁ ମେଡିକାଲ ସଂସ୍ଥାର ବିଭିନ୍ନ ବିଭାଗକୁ ଅଧିକାଂଶ ସମୟରେ ଯିବା ଆସିବା କରିଥାଏ ।

ଅଭିଯୁକ୍ତର ସନ୍ଦିଗ୍ଧ ଗତିବିଧି ଯୋଗୁଁ ସେ ଏହି ହତ୍ୟାରେ ସାମିଲ ଥିବା ସନ୍ଦେଶ କରାଯାଉଛି । ହତ୍ୟାରେ ସାମିଲ ଅଭିଯୁକ୍ତର ଗିରଫଦାରୀ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ମେଡିକାଲ୍ କଲେଜ ଷ୍ଟାଫ୍ ଏବଂ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି ।

ପୋଲିସ ପିଜିଟି ମହିଳା ଡାକ୍ତରଙ୍କ ମୃତ୍ୟୁ ମାମଲାରେ ଶୁକ୍ରବାର ରାତିର ଦୁଇ ଇଟର୍ଣ୍ଣ ଡାକ୍ତରଙ୍କୁ ପଚରାଉଚରା କରିଥିଲା । କୋଲକାତାର ଏକ ସରକାରୀ ହସ୍ପିଟାଲର ସେମିନାର ହଲରେ ଶୁକ୍ରବାର ଡ୍ୟୁଟିରେ ଥିବା ପିଜିଟି ମହିଳା ଡାକ୍ତରଙ୍କ ମୃତ ଦେହ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା ।

କୋଲକାତା ପୋଲିସର ବରିଷ୍ଠ ଅଧିକାରୀ ସିପି ଭିନୀତ ଗୋୟଲ କହିଛନ୍ତି ଯେ ଯାହା ଘଟିଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ତାଲା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ମାଜିଷ୍ଟ୍ରେଟ୍ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏବଂ ପରିବାର ଲୋକଙ୍କ ସାମନାରେ ମୃତ ଦେବ ଜବତ କରାଯାଇଛି । ଶବ ବ୍ୟବଚ୍ଛେଦର ଭିଡିଓଗ୍ରାଫି କରାଯାଇଛି । ମାମଲାର ତଦନ୍ତ ପାଇଁ ପୋଲିସ ୭ ଜଣିଆ ଏକ ଏସ୍ଆଇଟି ଗଠନ କରିଛି ।

ଉଲ୍ଲେଖଯୋଗ୍ୟ ଯେ ମହିଳା ଡାକ୍ତର ହସ୍ପିଟାଲରେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଥିଲେ । ହସ୍ପିଟାଲ୍ ସୂତ୍ର ଅନୁସାରେ ଡାକ୍ତରଙ୍କ ଶରୀରରେ ଆଘାତ ଚିହ୍ନ ରହିଛି । ମୃତ ମହିଳା ଡାକ୍ତରଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏବେ ଏହି ସତକୁ ଲୁଚାଯାଉଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button