ରାଜନୀତି

କ୍ଷମତାକୁ ଆସିବା ପରେ ଷଡଯନ୍ତ୍ରକାରୀମାନଙ୍କୁ ଚେତାବନୀ ଦେଲେ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ

ନୂଆଦିଲ୍ଲୀ: ସପ୍ତାହେ ଧରି ଚାଲିଥିବା ହିଂସାତ୍ମକ ବିରୋଧ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ସଂଘର୍ଷ କରୁଥିବା ବେଳେ ଏବେ ଆଶାର କିରଣ ଦେଖାଦେଇଛି। ଷଡଯନ୍ତ୍ରକାରୀଙ୍କ ଉପରେ କଟକଣା ଲଗାଇବାକୁ ନୂତନ ଶପଥ ଗ୍ରହଣ କରିଥିବା ପ୍ରଫେସର ମହମ୍ମଦ ୟୁନୁସ କହିବା ପରେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ବାଂଲାଦେଶୀମାନେ।

 

ଦେଶକୁ ତାଙ୍କର ପ୍ରଥମ ସମ୍ବୋଧନରେ ୟୁନୁସ କହିଛନ୍ତି ଯେ ଯେଉଁମାନେ ଅରାଜକତା ବିସ୍ତାର କରନ୍ତି ସେମାନେ ଆଇନ ପ୍ରଣୟନକାରୀ ସଂସ୍ଥାର ସମ୍ପୂର୍ଣ୍ଣ ଶକ୍ତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ।

ସେ କହିଛନ୍ତି, “ଷଡଯନ୍ତ୍ରକାରୀମାନେ ଛାତ୍ର-ଜନତାଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରି ଦେଶରେ ଅରାଜକତା ଏବଂ ଭୟର ବାତାବରଣ ଉପୁଜାଇଛନ୍ତି। ଅରାଜକତା ଆମର ଶତ୍ରୁ, ଏବଂ ଏହାକୁ ଶୀଘ୍ର ପରାସ୍ତ କରିବାକୁ ହେବ।”

ହିଂସାଗ୍ରସ୍ତ ବାଂଲାଦେଶରେ ଗତକାଲି ନୂଆ ସରକାର ଗଠନ ହୋଇଛି। ନୋବେଲ ବିଜେତା ମହମ୍ମଦ ୟୁନୁସ ଏହି ଅନ୍ତରୀଣ ସରକାରର ନୂଆ ମୁଖ୍ୟ ହୋଇଛନ୍ତି। ସେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଗତକାଲି ଶପଥ ନେଇଛନ୍ତି। ବଙ୍ଗଭବନରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଗତକାଲି ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ତାଙ୍କୁ ଶପଥ ପାଠ କରାଇଛନ୍ତି। ୟୁନୁସଙ୍କ ସହ ଆଜି ଅନ୍ୟ ୭ ଜଣ ନେତା ମଧ୍ୟ ଶପଥ ନେଇଛନ୍ତି। ବାଂଲାଦେଶ ଜାତୀୟ ସଂଗୀତ ସହ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ବାଂଲାଦେଶରେ ଶାନ୍ତି ଓ ପ୍ରଗତି ପାଇଁ ମିଳିତ ଭାବେ କାମ କରିବାକୁ ଆଶ୍ବସ୍ତ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button