ଦେଶ- ବିଦେଶ
ବାପା ଜୀବନ ହାରିବା ପରେ ସାମ୍ନାକୁ ଆସିଲା ମଲାଇକାଙ୍କ ପ୍ରଥମ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ଜୀବନ ହାରିଦେଲେ ତାଙ୍କ ବାପା ଅନିଲ ଆରୋରା। ଆଜି ସକାଳ ୯ଟାରେ ଅଭିନେତ୍ରୀଙ୍କ ବାପା ନିଜ ଘର ବାଲକୋନୀରୁ ଡେଇଁ ଜୀବନ ହାରିଥିବା ଜଣାଯାଇଛି। ଘରଟି ବାନ୍ଦ୍ରାରେ ଥିବା ବେଳେ ତାଙ୍କ ବାପା ୬ମହଲା ଉପରୁ ତଳକୁ ଡେଇଁଥିଲେ ବୋଲି ସାମ୍ନାକୁ ଆସିଛି।
ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ସେ ଦୀର୍ଘ ଦିନ ହେଲାଣି ଅସୁସ୍ଥ ଥିଲେ ବୋଲି କୁହାଯାଉଛି।
ଘଟଣା ଘଟିବା ସମୟରେ ମଲାଇକା ପୁନେରେ ଥିଲେ। ଏବେ ସେ ମୁମ୍ବାଇରେ ପହଞ୍ଚିଥିବା ବେଳେ ତାଙ୍କର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଇଛି ଯେ, ମଲାଇକା ନାଇଟ୍ ସୁଟ୍ ପିନ୍ଧିଛନ୍ତି ଓ ମୁହଁରେ ମାସ୍କ ଲଗାଇଛନ୍ତି। କାରରୁ ବାହାରି ଘର ଭିତରକୁ ଯିବା ପରେ ସେ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି।