ଖେଳ ଖବର

ରେସଲିଂରୁ ଆସିଲା ଖୁସି ଖବର, ପଦକ ଠାରୁ ଗୋଟିଏ ବିଜୟ ଦୂରରେ ଅମନ

ଭିନେଶ ଫୋଗାଟ ଅଯୋଗ୍ୟ ଘୋଷାଣା ହେବା ପରେ ପୂରା ଦେଶ ଶୋକରେ ବୁଡ଼ି ରହିଛି। ବିଶେଷ କରି ରେସଲିଂ ସହ ଜଡ଼ିତ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଛି। ତେବେ ଏସବୁ ଭିତରରେ ପ୍ୟାରିସ ଅଲିମ୍ପିକ୍ସର ରେସଲିଂ ମ୍ୟାଟରୁ ଆସିଛି ଖୁସି ଖବର।

ପୁରୁଷ ରେସଲିଂର ୫୭ କେଜି ବର୍ଗ ସେମିରେ ପହଞ୍ଚି ଯାଇଛନ୍ତି ଭାରତର ଅମନ ଶେରାୱତ। ସେ କ୍ୱାର୍ଟର ଫାଇନାଲରେ ଆଲବାନିଆର ଜେଲିମଖାନ ଆବାକାରୋଭଙ୍କୁ ଏକତରଫା ଭାବେ ୧୨-୦ରେ ପରାସ୍ତ କରିଛନ୍ତି।

ଏହି ବିଜୟ ସେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ସେମି ଫାଇନାଲରେ ତାଙ୍କର ମୁକାବିଲା ୫୭ କେଜିରେ ବିଶ୍ୱର ୧ନଂ ଖେଳାଳି ଜାପାନର ରେଇ ହିଗୁଚିଙ୍କ ସହ ହେବ। ଏହି ମ୍ୟାଚ ରାତି ୯.୪୫ରେ ଖେଳାଯିବ। ଏବେ ଅମନ ଭାରତ ପାଇଁ ପଦକ ଜିତିବା ଠାରୁ କେବଳ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଯଦି ସେମି ଜିତି ନେଉଛନ୍ତି, ତା’ହେଲେ ଭାରତର ଗୋଟିଏ ପଦକ ପକ୍କା ହୋଇଯିବ। ପରାସ୍ତ ହେଲେ ସେ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ।

ପ୍ରି-କ୍ୱାର୍ଟର ଫାଇନାଲରେ ଅମନଙ୍କ ମୁକାବିଲା ଉତ୍ତର ମାକେଡୋନିଆର ଭ୍ଲାଦିମିର ଇଗୋରୋଭଙ୍କ ସହ ହୋଇଥିଲା। ଏହି ମ୍ୟାଚକୁ ଅମନ ଏକତରଫା ଭାବେ ୧୦-୦ରେ ଜିତି ନେଇଥିଲେ। ପ୍ରଥମ ମ୍ୟାଚ୍କୁ ଟେକ୍ନିକାଲ ସୁପରିୟଟି ଜରିଆରେ କବଜା କରିଥିବା ଅମନ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ସମାନ ରଣନୀତି ଦେଖାଇ ସେମିରେ ପ୍ରବେଶ କରିଛନ୍ତି।

ଅନ୍ୟପକ୍ଷରେ ମହିଳା ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂର ପ୍ରଥମ ରାଉଣ୍ଡରୁ ଭାରତର ଅଂଶୁ ମଲିକ ବିଦାୟ ନେଇଛନ୍ତି। ଆମେରିକାର ହେଲେନ ଲୁଇସ ମାରୋଉଲିସ ୭-୨ରେ ମ୍ୟାଚ୍ ଜିତି ଅଂଶଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button