ସିଲି ପଏଣ୍ଟ: କୋହଲିଙ୍କଠୁ ବ୍ୟାଟ୍ ନେଲେ ରିଙ୍କୁ – Kalinga News

[ad_1]
ଶେଷରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବ୍ୟାଟର୍ ରିଙ୍କୁ ସିଂହଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ତାରକା ଖେଳାଳି ବିରାଟ କୋହଲିଙ୍କ ବ୍ୟାଟ୍ ମିଳିଯାଇଛି। କୋହଲି ଦ୍ବିତୀୟ ଥର ପାଇଁ ରିଙ୍କୁଙ୍କୁ ବ୍ୟାଟ୍ ଉପହାର ଦେଇଛନ୍ତି। ନିକଟରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଆର୍ସିବିକୁ ୧ ରନ୍ରେ କେକେଆର୍ ହରାଇବା ପରେ ରିଙ୍କୁ ଆଉ ଗୋଟିଏ ବ୍ୟାଟ୍ ପାଇଁ କୋହଲିଙ୍କୁ ଅନୁରୋଧ କରୁଥିବା ଦେଖାଯାଇଥିଲା। କିନ୍ତୁ କୋହଲି ତାଙ୍କ ଉପରେ ସନ୍ତୁଷ୍ଟ ହେବା ଭଳି ଦେଖାଯାଉ ନଥିଲେ। କାରଣ ପ୍ରଥମେ ଯେଉଁ ବ୍ୟାଟ୍ ଉପହାର ଦେଇଥିଲେ ତାହାକୁ ସ୍ପିନରଙ୍କ ବିପକ୍ଷରେ ଖେଳିବା ବେଳେ ରିଙ୍କୁ ଭାଙ୍ଗି ଦେଇଥିଲେ। ତେବେ ଭାଇରାଲ୍ ହୋଇଥିବା ଆଉ ଏକ ଭିଡିଓରେ ରିଙ୍କୁ ବିରାଟଙ୍କଠୁ ପାଇଥିବା ଆଉ ଏକ ବ୍ୟାଟ୍କୁ ଜଣେ ପ୍ରଶଂସକଙ୍କୁ ଦେଖାଇଥିଲେ। ପ୍ରଶଂସକ ଜଣଙ୍କ ରିଙ୍କୁଙ୍କୁ ବ୍ୟାଟ୍ ମିଳିଲା କି ନାହଁ ବୋଲି ପଚାରିଥିଲା ବେଳେ ରିଙ୍କୁ ବ୍ୟାଟ୍ଟିକୁ ଦେଖାଇ ମିଳିଗଲା ବୋଲି କହିଥିଲେ।
[ad_2]




