ଅପରାଧ

ରସିକ ସତ୍ୟର ଫିଟୁଛି ଗୁମର: ୪୯ ନୁହେଁ ୯୯ ରାଣୀଙ୍କ ହୃଦୟର ଥିଲା ରାଜା…

୪୯ ନୁହେଁ ୯୯ ରାଣୀଙ୍କ ରାଜା ଥିଲା ରସିକିଆ ସତ୍ୟ ରଂଜନ ସାମଲ। ମୋବାଇଲ ଠାରୁ ଆରମ୍ଭ କରି ଲାପଟପ । ଯାହା ଖୋଲିଲେ ଖାଲି ବାହାରୁଛି ମହିଳାଙ୍କ ଫଟୋ, ଭିଡିଓ ଆଉ ଡାଟା। ମହିଳାଙ୍କୁ ଫସେଇବା ପାଇଁ କରିଥିଲା ଏକାଧିକ ଆଇଡି କାର୍ଡ। ପାଖରେ ରଖିଥିଲା କୋର୍ଟ ପେପର୍। ଦୁଇଦିନିଆ ରିମାଣ୍ଡରେ ଅଭିଯୁକ୍ତକୁ ଆଣି ଏଭଳି ଆଶ୍ଚର୍ଯ୍ୟଚକିତ ତଥ୍ୟ ପାଇଛି ପୋଲିସ ।

 

କେତେବେଳେ ସିବିଆଇ ଅଫିସର ତ ଆଉ କେତେବେଳେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ଅଧିକାରୀ । କାହା ପାଇଁ ପାଇଲଟ ତ ଆଉ କାହାପାଇଁ ଷ୍ଟାର ହୋଟେଲ ମ୍ୟାନେଜର। ମହିଳାଙ୍କୁ ଫସାଇବାକୁ ଏମିତି ରଙ୍ଗ ବଦଳାଉଥିଲା ରଙ୍ଗିଲା ସତ୍ୟ ସାମଲ। ୪୯ ନୁହେଁ ସେ ଥିଲା ୯୯ ରାଣୀଙ୍କ ହୃଦୟର ରାଜା। ସେମାନଙ୍କ ମଧ୍ୟରୁ ୧୫ରୁ ଉର୍ଦ୍ଧ ମହିଳାଙ୍କୁ ବିବାହ ଜାଲରେ ଫସାଇ ଲୁଟି ନେଇଛି ଲକ୍ଷ ଲକ୍ଷ ଟଙ୍କା । ଖାଲି ଏତିକି ନୁହେଁ ସବୁବେଳେ ପାଖରେ ଧରି ବୁଲୁଥିଲା କୋର୍ଟ ପେପର। କେତେବେଳେ କେଉଁଠି କେଉଁ ମହିଳା ଜାଲରେ ଫସିଲେ ତୁରନ୍ତ କୋର୍ଟ ପେପରରେ ବାହା ହୋଇପଡୁଥିଲା ।ରଙ୍ଗିଲା ସତ୍ୟ ଜାଣିଥିଲା ୬ଟି ଜାତୀୟ ଅନ୍ତର୍ଜାତୀୟ ଭାଷା । ଆଉ ଏହାରି ଭିତରେ ଖୁବଶୀଘ୍ର ଫିଲିପାଇନ୍ସ ପଳାଇ ଯିବାକୁ ଚାଲିଥିଲା ପ୍ଲାନ। ୨ ଦିନ ରିମାଣ୍ଡରେ ଆଣି ରଙ୍ଗିଲା ସତ୍ୟ ସାମଲ ଠାରୁ ଏଭଳି କିଛି ତଥ୍ୟ ହାସଲ କରିଛି ପୋଲିସ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button