ଦେଶ- ବିଦେଶ

ଭିନେଶଙ୍କୁ ଭାରତ ରତ୍ନ କିମ୍ବା ରାଜ୍ୟସଭା ଆସନ ମିଳିବା ଉଚିତ: ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଦାବି

ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଅଲିମ୍ପିକ୍ ପ୍ରତିଯୋଗିତାରୁ ଭିନେଶଙ୍କ ଅଯୋଗ୍ୟତା ପଛରେ ଏକ ଷଡଯନ୍ତ୍ର ହୋଇଥିବା ନେଇ ବିରୋଧୀ ଦଳ ଆଶଙ୍କା ପ୍ରକଟ କରିଛନ୍ତି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଭିନେଶଙ୍କୁ ଭରତ ରତ୍ନ ଦେବାକୁ ଦାବି କରିଛନ୍ତି।

 

ଏମସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଭିନେଶ ଫୋଗାଟଙ୍କୁ ଭାରତ ରତ୍ନ କିମ୍ବା ରାଜ୍ୟସଭା ଆସନ ମିଳିବା ଉଚିତ୍। ଅଲିମ୍ପିକ୍ସରୁ ଓହରିଯିବା ପରେ ଭିନେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ସଭାପତି ପି.ଟି ଉଷା ତାଙ୍କୁ ଭେଟିବାକୁ ଯାଇଥିଲେ।

ଆଇଓଏ ସଭାପତି ପି.ଟି ଉଷା କହିଛନ୍ତି ଭାରତ ରେସଲିଂ ଫେଡେରେସନ୍ (ଆଇଡବ୍ଲ୍ୟୁଏଫ୍) ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ରେ ଅଧିକ ଓଜନ ଯୋଗୁ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରିବାର ପୁନର୍ବିଚାର କରିବାକୁ ଆବେଦନ କରିଛି।

ଅନ୍ତିମ ମ୍ୟାଚ୍ ପୂର୍ବରୁ ଅଧିକ ଓଜନଯୋଗୁ ଅଯୋଗ୍ୟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତିଙ୍କ ସହ କଥା ହୋଇଥିଲେ ଏବଂ ଭାରତ ପାଇଁ ଉପଲବ୍ଧ ବିକଳ୍ପ ବିଷୟରେ ସୂଚନା ଲୋଡିଥିଲେ। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି, ଭିନେଶ, ତୁମେ ଚାମ୍ପିଅନ୍‌ଙ୍କ ମଧ୍ୟରେ ଚାମ୍ପିଅନ୍।

ସଂସଦରେ ବିରୋଧୀମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଏ ସମ୍ପର୍କରେ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସଂସଦରେ କହିଛନ୍ତି, ଭିନେଶ ଫୋଗାଟଙ୍କ ଓଜନ ୫୦ କିଲୋଗ୍ରାମରୁ ୧୦୦ ଗ୍ରାମ୍ ଅଧିକ ବୋଲି ଜଣାପଡିଛି। ଯେଉଁଥିପାଇଁ ସେ ଅଯୋଗ୍ୟ ହୋଇଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏସନ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସହିତ ଏକ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ଆଇଓଏ ସଭାପତି ପି.ଟି ଉଷା ପ୍ୟାରିସ୍‌ରେ ଅଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା ହୋଇଥିଲେ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button