ତଦନ୍ତକାରୀ ସଂସ୍ଥା ଠିକ୍ ସମୟରେ ଗିରଫ ନ କରିବାରୁ ନିରବ ମୋଦୀ ଓ ମାଲ୍ୟା ଫେରାର ହୋଇଯାଇଛନ୍ତି: କୋର୍ଟ – Kalinga News

[ad_1]
ମୁମ୍ବାଇ: ନିରବ ମୋଦୀ, ମେହୁଲ ଚୋକସି ଏବଂ ବିଜୟ ମାଲ୍ୟାଙ୍କ ଭଳି କୋଟି କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ବ୍ୟବସାୟୀମାନେ ଠିକ୍ ସମୟରେ ତଦନ୍ତକାରୀ ସଂସ୍ଥା ସେମାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ସେମାନେ ଦେଶ ଛାଡ଼ି ପଳାତକ ହୋଇଯିବାରେ ସକ୍ଷମ ହୋଇଛନ୍ତି ବୋଲି ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଜାମିନ ସର୍ତ୍ତରେ ସଂଶୋଧନ ଆଣିବା ପାଇଁ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) ଅଧୀନରେ ମାମଲା ରୁଜୁ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରି ସ୍ୱତନ୍ତ୍ର ବିଚାରପତି ଏମ୍ ଜି ଦେଶପାଣ୍ଡେ ଏହି ମନ୍ତବ୍ୟ ଦେଇଛନ୍ତି।
ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ବୟୋମେଶ ଶାହାଙ୍କ ବିଦେଶ ଗସ୍ତ ପାଇଁ କୋର୍ଟଙ୍କ ଆଗୁଆ ଅନୁମତି ପାଇବାର ଜାମିନ ସର୍ତ୍ତକୁ ରଦ୍ଦ କରିବା ପାଇଁ ମେ’ ୨୯ ରେ କରିଥିବା ଆବେଦନକୁ ଅଦାଲତ ଗ୍ରହଣ କରିଥିଲେ। ନିକଟରେ ବିସ୍ତୃତ ଆଦେଶ ଉପଲବ୍ଧ ହୋଇଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯୁକ୍ତି ଦର୍ଶାଇଥିଲା ଯେ ଶାହାଙ୍କ ଆବେଦନକୁ ଗ୍ରହଣ କଲେ ନିରବ ମୋଦୀ, ବିଜୟ ମାଲ୍ୟା ଏବଂ ମେହୁଲ ଚୋକସିଙ୍କ ଭଳି ପରିସ୍ଥିତି ସୃଷ୍ଟି ହେବ।
ତଦନ୍ତକାରୀ ସଂସ୍ଥାର ଯୁକ୍ତିକୁ ଖାରଜ କରି ବିଚାରପତି କହିଛନ୍ତି, ମୁଁ ଏହି ଯୁକ୍ତିକୁ ବିଚାର କରି ଅନୁଧ୍ୟାନ କରିଥିଲି ଏବଂ ଉପଯୁକ୍ତ ସମୟରେ ସେମାନଙ୍କୁ ଗିରଫ ନ କରିବାରେ ସମ୍ପୃକ୍ତ ତଦନ୍ତକାରୀ ଏଜେନ୍ସି ବିଫଳ ହୋଇଥିବାରୁ ଏହି ସମସ୍ତ ବ୍ୟକ୍ତି ଫେରାର ହୋଇଯାଇଥିବା ଉଲ୍ଲେଖ କରିବା ଜରୁରୀ ମନେ କରିଥିଲି।
ଅପରପକ୍ଷରେ ଶାହା ସମନର ଜବାବ ଦେଇ କୋର୍ଟରେ ହାଜର ହୋଇ ଜାମିନ ପାଇଥିଲେ ଏବଂ ବିଦେଶ ଗସ୍ତ ପାଇଁ ଅନେକ ଥର ଆବେଦନ କରିଥିଲେ। ଶାହାଙ୍କ ମାମଲାକୁ ନିରବ ମୋଦୀ ବିଜୟ ମାଲ୍ୟା, ମେହୁଲ ଚୋକସି ଆଦିଙ୍କ ମାମଲା ସହ ତୁଳନା କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କୋଟି କୋଟି ଟଙ୍କାର ପିଏନ୍ବି ଦୁର୍ନୀତିରେ ହୀରା ବ୍ୟବସାୟୀ ନିରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ଚୋକସି ମୁଖ୍ୟ ଅଭିଯୁକ୍ତ।
ମୋଦୀ ଏବେ ବ୍ରିଟେନରେ ଜେଲ ଦଣ୍ଡ ଭୋଗୁଥିବା ବେଳେ ତାଙ୍କ ମାମୁ ଆଣ୍ଟିଗୁଆରେ ରହୁଛନ୍ତି। ବର୍ତ୍ତମାନ ବ୍ରିଟେନରେ ଥିବା ମାଲ୍ୟା ୯୦୦ କୋଟିରୁ ଅଧିକ ଋଣ ଠକେଇ ମାମଲାରେ ଅଭିଯୁକ୍ତ ଥିବା ବେଳେ ଏହାର ତଦନ୍ତ ଇଡି ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରୁଛନ୍ତି।
[ad_2]