ଦେଶ- ବିଦେଶ

ISI ସହ ମିଶିଥିଲେ ଖଲିଦା ଜିୟାଙ୍କ ପୁଅ, ଲଣ୍ଡନରେ ତିଆରି ହୋଇଥିଲା ହସିନା ସରକାର ଭାଙ୍ଗିବାର ଯୋଜନା

ନୂଆଦିଲ୍ଲୀ,୬।୮: ବାଂଲାଦେଶରେ ହିଂସାକାଣ୍ଡ ଓ କ୍ଷମତା ପରିବର୍ତ୍ତନର ପଛରେ ରହିଛି ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇର ହାତ। ଆଉ ଲଣ୍ଡନରେ ତିଆରି ହୋଇଥିଲା ଏହି ଯୋଜନା। ଗୁଇନ୍ଦା ରିପୋର୍ଟ ଅନୁସାରେ, ଏହାର ଖୁଲାସା ହୋଇଛି।ଏହି ଯୋଜନା ପରେ ବାଂଲାଦେଶରେ ବଡ଼ ଧରଣର ଆନ୍ଦୋଳନ ଏବଂ ପରେ ହୋଇଥିଲା ହିଂସକାଣ୍ଡ।

ଏହାର ପରିମାଣ ସ୍ବରୂପ ଶେଖ ହାସିନା ସରକାରଙ୍କ ପତ୍ତନ ହୋଇଛି। ବାଂଲାଦେଶର ଅଧିକାରୀମାନେ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନ୍ପି)ର ଓ ଖାଲିଦା ଜିୟାଙ୍କ ପୁଅ ତାରିକ ରହମାନ୍ ଓ ସାଉଦି ଆରଗରେ ଆଇଏସ୍ଆଇ ଅଧିକାରୀଙ୍କ ଭିତରେ ହୋଇଥିବା ବୈଠକର ପ୍ରମାଣ ରହିଛି।

ରିପୋର୍ଟ ଅନୁସାରେ, ଏଥିରୁ କିଛି ବୈଠକ ଲଣ୍ଡନରେ ହୋଇଥିଲା।ଏହି ବୈଠକରେ ବାଂଲାଦେଶରେ କ୍ଷମତା ପରିବର୍ତ୍ତନର ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବାଂଲାଦେଶୀ ଗୁଇନ୍ଦା ଏଜେନ୍ସି ମତରେ ଏହି ବୈଠକ ଦେଶ ଭିତରେ ଅସ୍ଥିରତା ସୃଷ୍ଟି କରିବା ଓ ସରକାର ଭାଙ୍ଗିବ ଉଦେଶ୍ୟରେ ବିରୋଧ ପ୍ରଦର୍ଶନକୁ ବଢାଇବାର ରଣନୀତି ଉପରେ ଚର୍ଚ୍ଚା ହୋଇଥିଲା। ତାରିକ ରହମାନ୍ ବର୍ତ୍ତମାନ ନିର୍ବାସନରେ ଅଛନ୍ତି। ତାଙ୍କ ଉପରେ ପୂର୍ବରୁ ମଧ୍ୟ ବାଂଲାଦେଶରେ ଅସ୍ଥିରତା ସୃଷ୍ଟି କରିବାର ଅଭିଯୋଗ ରହିଛି।

ଇଣ୍ଡିଆ ଟୁଡୋର ରିପୋର୍ଟ ଅନୁସାରେ, ହିଂସା ଆରମ୍ଭରେ ଏକ୍ସରେ ବହୁ ବାଂଲାଦେଶୀ ବିରୋଧି ହ୍ୟାଣ୍ଡେଲ ଲଗାତାର ବିରୋଧ କରୁଥିଲା। ଶେଖ ହାସିନା ସରକାରଙ୍କ ବିରୋଧରେ ୫୦୦ ରୁ ଅଧିକ ନେଗେଟିଭ ଟ୍ବିଟ୍ କରାଯାଇଥିଲା, ଯେଉଁଥିରେ ପାକିସ୍ତାନୀ ହାଣ୍ଡେଲରୁ ହୋଇଥିବା ଟ୍ବିଟ୍ ରହିଛି। ପାକିସ୍ତାନୀ ସେନା ଓ ଆଇଏସ୍ଆଇର ଲକ୍ଷ୍ୟ ଥିଲା ହସିନା ସରକାରଙ୍କୁ ଅସ୍ଥିର କରିବା ଓ ବିରୋଧି ବିଏନ୍ପିକୁ କ୍ଷମତା ପ୍ରଦାନ କରିବା। ବିଏନ୍ପି ପାକିସ୍ତାନର ସମର୍ଥକ ଓ ଭାରତ ବିରୋଧି ଭାବରେ ଜଣାଯାଏ। ଆଇଏସ୍ଆଇ ମାଧ୍ୟରେ ଚୀନ୍ ମଧ୍ୟ ବିରୋଧ ପ୍ରଦର୍ଶନକୁ ବଢାଇବାରେ ଭୂମିକା ଗ୍ରହଣ କରିଛି। ଯାହାଫଳରେ ଶେଷରେ ହସିନାଙ୍କୁ ଦେଶ ଛାଡି ଭାରତକୁ ଆସିବାକୁ ପଡିଥିଲା। ଚାକିରୀରେ ସଂରକ୍ଷଣ ଦେବା ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସରକାର ବିରୋଧି ଆନ୍ଦୋଳନରେ ପରିବର୍ତ୍ତନ ହୋଇଗଲା, ଯେଉଁଥିରେ ୫୦୦ ରୁ ଅଧିକଙ୍କ ଜୀବନ ଚାଲିଗଲା ଓ ଶତାଧିକ ମଧ୍ୟ ଆହତ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button