ରାଜ୍ୟ

ଲଗାଣ ବର୍ଷାରେ ଉବୁଟୁବୁ ରାଜ୍ୟର ବିଭିନ୍ନ ଅଞ୍ଚଳ : ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି

ରସିଂହପୁର/ ବେଗୁନିଆ : ଲଗାଣ ବର୍ଷାରେ ଉବୁଟୁବୁ ରାଜ୍ୟର ବିଭିନ୍ନ ଅଞ୍ଚଳ । ରାସ୍ତା ଉପରେ ଚାଲୁଛି ୪ ଫୁଟର ପାଣି। ଜଳବନ୍ଦୀ ଜୀବନ କାଟୁଛନ୍ତି କଟକ ଜିଲ୍ଲା ବଡମ୍ବା ବ୍ଲକର ବିଭିନ୍ନ ଅଞ୍ଚଳବାସୀ। ବିଛିନ୍ନ ହୋଇଯାଇଛି ବଡ଼ମ୍ବା ଓ ଶଙ୍ଖମେରୀ। ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି। କୂଅ ପୋଖରୀରେ ମିଶୁଛି ଦୂଷିତ ପାଣି।

ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ଲଗାଣ ବର୍ଷାରେ ଜଳମଗ୍ନ ବେଗୁନିଆ ବୋଲଗଡ ଅଞ୍ଚଳ । ଦିନସାରା ତୁହାକୁ ତୁହା ବର୍ଷା ଲାଗିରହିଥିବାରୁ ରାସ୍ତାଘାଟ, ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ବୋଲଗଡ଼ ବ୍ଲକ ଠଣାପଲି ଗାଁରେ ଘର ଭିତରେ ପାଣି ପଶିଛି । ଗାଁ ଦାଣ୍ଡରେ ଲହଡ଼ି ମାରୁଛି ପାଣି । ଗାଡି, ବାଇକ, ବୋଲେରୋ ଆଦି ବୁଡି ଯାଇଛି । ପାଣି ନିଷ୍କାସନ ହେବା ପାଇଁ କୌଣସି ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ପାଣିରେ ଲୋକମାନେ ଘରୁ ବାହାରି ପାରୁ ନାହାଁନ୍ତି ।

ସେପଟେ ବେଗୁନିଆ ଅଞ୍ଚଳ ଦେଇ ଯାଇଥିବା ଖୋର୍ଦ୍ଧା ବାଙ୍କୀ ମୁଖ୍ୟ ରାସ୍ତାର ଶିମୋର ଠାରୁ ଗଁଅପୁର, କୋଟପଲା, ପୋଡାଡିହ ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ଚାଲୁଛି। ନୂଆ କରି ନିର୍ମାଣ ହୋଇଥିବା ଛୋଟ ଛୋଟ ପୋଲ ଅନେକ ଜାଗାରେ ଧୋଇ ହେବାକୁ ବସିଲାଣି। ଅନେକ ଚାଷଜମି ଜଳମଗ୍ନ ହୋଇପଡିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button