ଦେଶ- ବିଦେଶ

ପଶ୍ଚିମବଙ୍ଗରେ ଲଗାଣ ବର୍ଷା, ବିମାନବନ୍ଦରରେ ବନ୍ୟା ସ୍ଥିତି

କୋଲକାତା: ପଶ୍ଚିମବଙ୍ଗରେ ଲଗାଣବର୍ଷା ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଜଳବନ୍ଦୀ କରିଦେଇଛି । ତେବେ ଏସବୁ ମଧ୍ୟରେ ରାଜଧାନୀ କୋଲକାତା ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁ ବିମାନ ବନ୍ଦରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

ବିମାନବନ୍ଦରର ଭିଡ଼ିଓ ଫୁଟେଜରେ ଉଭୟ ରନୱେ ଏବଂ ଟ୍ୟାକ୍ସିୱେ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବାର ଦେଖିବାକୁ ମିଳୁଛି । ସେହିପରି ବିମାନଗୁଡ଼ିକ ଜଳବନ୍ଦୀ ଅବସ୍ଥାରେ ପାର୍କିଂ କରାଯାଇଛି ।
ପ୍ରକାଶ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳ, ହାୱାଡା, ସଲ୍ଟ ଲେକ୍ ଏବଂ ବାରାକପୁରରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ କହିବାନୁସାରେ, ଏହି ଲଘୁଚାପ କ୍ଷେତ୍ର ବର୍ତ୍ତମାନ ବିହାର ଏବଂ ଉତ୍ତରପ୍ରଦେଶ ଆଡ଼କୁ ଗତି କରୁଛି, ଯାହାକି ପଶ୍ଚିମବଙ୍ଗର ଦକ୍ଷିଣ ଜିଲ୍ଲାଗୁଡ଼ିକ ଉପରେ ଏକ ସକ୍ରିୟ ମୌସୁମୀ ପ୍ରବାହଜନିତ ପରିସ୍ଥିତି ସୃଷ୍ଟି କରିଛି । ହାୱାଡା, ପଶ୍ଚିମ ବର୍ଦ୍ଧମାନ, ବୀରଭୂମି, ପୂର୍ବ ବର୍ଦ୍ଧମାନ, ହୁଗଲି, ନଦିଆ ଏବଂ ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା ସମେତ ଦକ୍ଷିଣ ଜିଲ୍ଲାରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଥିବା ରିପୋର୍ଟ ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button