ହିଟ୍ମ୍ୟାନ୍ ରଚିଲେ ଇତିହାସ; ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ, ଅର୍ଦ୍ଧଶତକ ଲଗାଇବାରେ ହେଲେ ସମକକ୍ଷ

ନୂଆଦିଲ୍ଲୀ ୦୩।୦୮: ଟିମ୍ ଇଣ୍ଡିଆ କ୍ୟାପଟେନ୍ । ୩୭ ବର୍ଷ ବୟସରେ ମଧ୍ୟ ଗର୍ଜୁଛି ତାଙ୍କ ବ୍ୟାଟ୍ । ପାଖାପାଖି ମାସକ ପରେ ଫେରିବା ପରେ ଦେଖାଇଛନ୍ତି ଦମ୍ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଓ୍ବାନଡେ ମ୍ୟାଚରେ ଲଗାଇଛନ୍ତି ଅର୍ଦ୍ଧଶତକ । ରୋହିତ ଶର୍ମା ୪୭ ବଲ୍ରେ ଖେଳିଥିଲେ ୫୮ ରନ୍ର ପାଳି । ଏଥିରେ ୭ ଚୌକା ଏବଂ ୩ ଛକା ଲଗାଇଛନ୍ତି ।
ଏହି ଅର୍ଦ୍ଧଶତକ ପାରି ସହିତ ହିଟ୍ମ୍ୟାନ୍ ଦିଗ୍ଗଜ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ।
ବାସ୍ତବରେ ଭାରତର ଓପନର ଭାବେ ସର୍ବାଧିକ ଅର୍ଦ୍ଧଶତକ କରିବାର ରେକର୍ଡ କ୍ରିକେଟର ଗଡ ସଚିନ୍ ତେନ୍ଦୁଲକରଙ୍କ ନାଁରେ ରହିଛି । ବର୍ତ୍ତମାନ ରୋହିତ ଶର୍ମା ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମାନ ହୋଇଛନ୍ତି । ତେନ୍ଦୁଲକର ଭାରତ ପାଇଁ ୧୨୦ଥର ଓପନିଂ କରି ୫୦ରୁ ଅଧିକ ରନ୍ କରିଛନ୍ତି । ସେହିପରି ଟିମ୍ ଇଣ୍ଡିଆ ପାଇଁ ଓପନିଂ କରି ରୋହିତ ଶର୍ମା ୧୨୦ଥର ୫୦ରୁ ରନ୍ କରିଛନ୍ତି । ବର୍ତ୍ତମାନ ଓପନିଂ କରି ୫୦ରୁ ଅଧିକ ରନ୍ କରିବାରେ ଦିଗ୍ଗଜ ପ୍ଲେୟର ତେନ୍ଦୁଲକରଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ।
ଏହାବ୍ୟତୀତ ଶ୍ରୀଲଙ୍କା ବିପକ୍ଷରେ ରୋହିତ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚରେ ୩ଟି ଛକା ମାରିଥିଲେ । ଏହି ଛକା ମାରି ସେ ଆଉ ଏକ ରେକର୍ଡ କରିଛନ୍ତି । ସେ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିଥିବା କ୍ୟାପଟେନ୍ ହୋଇଛନ୍ତି । ଏହାବ୍ୟତୀତ ସେ ଓପନିଂ ବ୍ୟାଟର ଭାବେ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ନିଜର ୧୫ ହଜାର ରନ୍ ପୁରା କରିଛନ୍ତି ।
ଟି-୨୦ ଭଳି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ଟାଇ କଲା ଭାରତ । ଶ୍ରୀଲଙ୍କାର ୨୩୦ ରନ୍ ଟାର୍ଗେଟ୍ କରିପାରିଲେନି ଟିମ୍ ଇଣ୍ଡିଆର ଧୁରନ୍ଧର। ରୋହିତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବି ଆଣ୍ଠେଇଲା ଇଣ୍ଡିଆ। ମାତ୍ର ୪୭.୪ ଓଭର ଖେଳ ଚାଲିଥିବା ବେଳେ ଜିତିବାକୁ ମାତ୍ର ୧ ରନ୍ ଆବଶ୍ୟକ ଥିଲା। ହେଲେ ଶେଷ ୱିକେଟ୍ ପାଇଁ ବ୍ୟାଟିଂ ଆସିଥିବା ଅର୍ଶଦୀପ ସିଂହ ଏଲ୍ବିଡବ୍ଲୁ ହୋଇଗଲେ । ଫଳର ମ୍ୟାଚ୍ ଟାଇ ହୋଇଗଲା।